The Topmost

“The eyes believe themselves, the ears believe other people.”

ଗୋବିନ୍ଦାଙ୍କୁ ଜେରା କରିବ EOW

ଅନଲାଇନ୍ ପଞ୍ଜି ସ୍କିମ୍ ମାମଲାରେ ଗୋବିନ୍ଦାଙ୍କୁ ଜେରା କରିବ EOW । ହଜାରେ କୋଟିରୁ ଅଧିକ ଅନଲାଇନ୍ ପଞ୍ଜି ସ୍କିମ୍ ମାମଲାରେ EOW ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ପଚରା ଉଚୁରା କରିବ । ଗତ ଜୁଲାଇରେ ଗୋଆରେ STA, ସୋଲାର ଟେକନୋ ଆଲାଂଶର ଗ୍ରାଣ୍ଡ ଲଞ୍ଚରେ ଗୋବିନ୍ଦା ଉପସ୍ଥିତ ରହି ଏହାର ଶୁଭାରମ୍ଭ କରିଥିଲେ । ଏହି ପଞ୍ଜି ସ୍କିମରେ ବିନିଯୋଗ କରିବାକୁ ମଧ୍ୟ ଉପସ୍ଥିତ ଲୋକଙ୍କୁ କହିଥିଲେ । ତେବେ ଗୋବିନ୍ଦାଙ୍କୁ ପଚାର ଉଚୁରା ପରେ ଜଣା ପଡ଼ିବ ତାଙ୍କର ଏଥିରେ କଣ ଭୂମିକା ରହିଛି । ତେବେ ଏବେ ସେ ଅଭିଯୁକ୍ତ ନୁହନ୍ତି ବୋଲି EOW IG ଜୟନାରାଣ ପଙ୍କଜ ସୂଚନା ଦେଇଛନ୍ତି । STA ଦେଶରୁ ଦୁଇ ଲକ୍ଷ ରୁ ଅଧିକ ଲୋକଙ୍କୁ ଠକି ଏକ ହଜାର ରୁ ଅଧିକ ଟଙ୍କା ହାତେଇ ଥିଲା । ଓଡ଼ିଶାରେ ଏହି ଠକେଇ ପରିମାଣ ୩୦ କୋଟିରୁ ଅଧିକ ରହିଛି ।