The Topmost

“The eyes believe themselves, the ears believe other people.”

ଉଦଘାଟନୀ ମ୍ୟାଚରେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ ମୁହାଁମୁହିଁ

ଆଜିଠୁ ଆରମ୍ଭ ହେଉଛି କ୍ରିକେଟ ମହାକୁମ୍ଭ । ଭାରତରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ ଆଜିଠାରୁ ଆରମ୍ଭ ହେବ । ଏଥର ଭାରତ ଏକାକି ବିଶ୍ୱକପର ଆୟୋଜନ କରୁଥିଲେ ମଧ୍ୟ ଉଦଘାଟନୀ ଉତ୍ସବ ପାଳନ ହେବନାହିଁ । ଉଦଘାଟନୀ ମ୍ୟାଚରେ ଗତଥର ଫାଇନାଲକୁ ଯାଇଥିବା ଦୁଇ ଟିମ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ । କିନ୍ତୁ ମ୍ୟାଚ ପୂର୍ବରୁ କୌଣସି ଉଦଘାଟନୀ ଉତ୍ସବ ଅବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହେବ ନାହିଁ । ଉଦଘାଟନୀ ଉତ୍ସବ ପାଳନ ହେଉନଥିବା ବେଳେ ଆନୁଷ୍ଠାନିକ ଭାବେ ସଚିନ ତେନ୍ଦୁଲକର ବିଶ୍ୱକପ ଟ୍ରଫିର ଉଦଘାଟନ କରିବେ । ମ୍ୟାଚ୍ ପୂର୍ବରୁ ବିଶ୍ୱକପ୍ ଟ୍ରଫି ସହ ପଡ଼ିଆକୁ ଯାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ ଆଇସିସିର ଗ୍ଲୋବାଲ ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତ ହୋଇଥିବା ସଚିନ୍ ତେନ୍ଦୁଲକର । ସେପଟ ପ୍ରଥମ ମ୍ୟାଚ ପାଇଁ ଦୁଇ ଦେଶ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ଟିମ ଅହମ୍ମଦାବାଦରେ ପହଂଚି ସାରିଛି । ନ୍ୟୁଜିଲାଣ୍ଡ ତୁଳନାରେ ଇଂଲଣ୍ଡର ପଲା ଭାରି ରହିଥିଲେ ବି ଉଦଘାଟନୀ ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିବ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ ।