ଆଜିକାଲି ବିଭିନ୍ନ ପ୍ରକାରର ରୋଗ ଓ ମୋଟାପଣ ଏକ ସାଧାରଣ ସମସ୍ୟା ହୋଇଥିବାରୁ ଲୋକେ ଦିନକୁ ଦିନ ଖାଦ୍ୟକୁ ନେଇ ବେଶି ସଚେତନତା ଅବଲମ୍ବନ କରୁଛନ୍ତି। ଏମିତି ଅନେକ ଖାଦ୍ୟ ରହିଛି ଯାହାକୁ ଆମେ ଦେହ ପାଇଁ ସୁସ୍ଥକର ଭାବି ଅଧିକାଂଶ ସମୟରେ ଖାଇଥାଉ। ତାହା କିନ୍ତୁ ଅସୁସ୍ଥକର ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ସେସବୁ କ’ଣ।
କଫି ପିଇବା ଆଜିକାଲି ସମସ୍ତଙ୍କର ପ୍ରାୟ ଏକ ସଉକ। ମାତ୍ର ଡାକ୍ତମରମାନେ ପରାମର୍ଶ କରିଛନ୍ତି ଯେ କଫି ପିଇବା ସମୟରେ ଲେମ୍ବୁ ଚା’ ପିଇବା ଅଭ୍ୟାସ କରନ୍ତୁ। ଲେମ୍ବୁ ଚା’ ଶରୀର ପାଇଁ ଖୁବ୍ ଭଲ ହୋଇଥାଏ। କଫିରେ ରହିଥିବା କ୍ୟାଫିନ୍ ଶରୀର ପାଇଁ ଅଦୌ ଭଲ ହୋଇନଥାଏ। ମାତ୍ରାଧିକ କ୍ୟାଫିନ୍ ବିଶାଦ, ନିଦ୍ରାହୀନତା ଏବଂ ଉଚ୍ଚ ରକ୍ତଚାପ ଆଦିର କାରଣ ହୋଇଥାଏ।
ଚକ୍ଲେଟ୍ରେ ଜଣାପଡୁନଥିଲେ ବି ପ୍ରବଳ ଫ୍ୟାଟ୍ ରହିଥାଏ। ଆପଣ ଯଦି ନିଜର ଓଜନ ହ୍ରାସ କରିବା ଲକ୍ଷରେ ଅଛନ୍ତି ତାହାଲେ ଆଦୌ ଚକ୍ଲେଟ୍ ଖାଆନ୍ତୁ ନାହିଁ।
ଚିନି ଓ ଲୁଣ ଦୁଇଟି ଯାକ ଶରୀର ପାଇଁ ଖରାପ। ଏଥିପାଇଁ ଏହି ଦୁଇ ଖାଦ୍ୟକୁ ଧଳା ବିଷ ବା ହ୍ବାଇଟ୍ ପଏଜନ୍ ବୋଲି କୁହାଯାଏ। ଚିନି, ଲୁଣ ଅଧିକ ଖାଉଥିବା ଲୋକଙ୍କ କ୍ଷେତ୍ରରେ ବିଭିନ୍ନ ପ୍ରକାରର ସମସ୍ୟା ଉପୁଜିବାର ସମ୍ଭାବନା ରହିଛି। ଏଥିପାଇଁ ଏହି ଦୁଇଟିକୁ ଯେତେ ପାରୁଛନ୍ତି କମ୍ ଖାଆନ୍ତୁ।
ଥଣ୍ଡା ପାନୀୟ କିମ୍ବା ମଦ୍ୟପାନ କରିବା ବି ଶରୀର ପ୍ରତି କ୍ଷତିକାରକ। ଏହାଛଡ଼ା ଜଙ୍ଗ୍ଫୁଡ୍, ଫାଷ୍ଟ୍ଫୁଡ୍ ଆଦି ଖାଇବା ବି ଶରୀର ପାଇଁ କ୍ଷତିକାରକ।
More Stories
magic of sugarcane juice ଆଖୁରସର ଚମତ୍କାରୀତା
କାହିଁକି ଟ୍ରେଣ୍ଡରେ ଏହି ସବୁଡ ଚା
ଆପଣଙ୍କ ତ୍ବଚା ବିନା କାରଣରେ ମଳିନ ଦେଖାଯାଉଛି କି