The Topmost

“The eyes believe themselves, the ears believe other people.”

ଇଲେକ୍ଟ୍ରିକ ଗାଡିରୁ ବାହାରୁଛି ଅଧିକ ପ୍ରଦୂଷଣ କଣିକା

ଜଳବାୟୁ ପରିବର୍ତ୍ତନ ପାଇଁ ପେଟ୍ରୋଲ, ଡିଜେଲ ଗାଡି ପରିବର୍ତ୍ତେ ବିଦ୍ୟୁତ୍ ଚାଳିତ ଇଲେକ୍ଟ୍ରିକ ଗାଡି ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଛି । କିନ୍ତୁ ପେଟ୍ରୋଲ, ଡିଜେଲ ଗାଡି ପରିବର୍ତ୍ତେ ଇଲେକ୍ଟ୍ରିକ ଗାଡି(ଇଭି)ରୁ ଅଧିକ ପ୍ରଦୂଷଣ କଣିକା ବାହାରୁଛି । ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ଇଂଲଣ୍ଡର ଏମିସନ ଆନାଲିଟିକ୍ସ ନାମକ ଏକ ଫାର୍ମ ପ୍ରଦୂଷଣ ନେଇ ରିପୋର୍ଟ ପ୍ରକାଶ କରିଛି । ରିପୋର୍ଟରେ କୁହାଯାଇଛି, ପେଟ୍ରୋଲ, ଗ୍ୟାସ ଚାଳିତ ନୂଆ ଗାଡି ଅପେକ୍ଷା ଇଭିର ବ୍ରେକ ଏବଂ ଟାୟାରରୁ ଅଧିକ ପ୍ରଦୂଷଣ ନିର୍ଗତ ହେଉଛି । ଅନ୍ୟ ଗାଡି ଅପେକ୍ଷା ଇଭିର ବ୍ରେକ ଏବଂ ଟାୟାରରୁ ୧୮ ଶହ ୫୦ ଗୁଣା ଅଧିକ ପ୍ରଦୂଷଣ କଣିକା ବାହାରୁଛି । ଇଭି ଗାଡିର ବ୍ୟାଟେରିର ଓଜନ ଅଧିକ ରହୁଥିବାରୁ ବ୍ରେକ ମାରିଲେ ସେଥିରୁ ଅଧିକ ପ୍ରଦୂଷଣ ବାହାରୁଛି । ଇଭିର ବ୍ୟାଟେରି ପାଇଁ ୪୦୦ ଗୁଣା ଅଧିକ ଟାୟର ନଷ୍ଟ ହେଉଛି । ଇଲେକ୍ଟ୍ରିକ ଗାଡିର ଟାୟାର ଅଶୋଦ୍ଧିତ ତେଲରୁ ପ୍ରସ୍ତୁତ ସିନ୍ଥେଟିକ ରବରରୁ ତିଆରି କରାଯାଉଥିବାରୁ ସେଥିରୁ ହାନିକାରକ କେମିକାଲ ବାହାରି ବାୟୁମଣ୍ଡଳକୁ ପ୍ରଦୂଷିତ କରୁଥିବା ରିପୋର୍ଟରେ ପ୍ରକାଶ ପାଇଛି ।