ଜାନୁଆରୀ ଶେଷ ସପ୍ତାହରେ ପାକିସ୍ତାନରେ ସାଧାରଣ ନିର୍ବାଚନ । ଏନେଇ ଘୋଷଣା କରିଛନ୍ତି ପାକିସ୍ତାନ ନିର୍ବାଚନ ଆୟୋଗ । ଆୟୋଗ କହିଛନ୍ତି- ନିର୍ବାଚନ ମଣ୍ଡଳୀର ସୀମା ନିର୍ଦ୍ଧାରଣ ପ୍ରକ୍ରିୟାର ସମୀକ୍ଷା କରାଯାଇଛି । ଆସନ୍ତା ସେପ୍ଟେମ୍ବର ୨୭ରେ ସୀମା ନିର୍ଦ୍ଧାରଣ ହୋଇଥିବା ନିର୍ବାଚନମଣ୍ଡଳୀର ପ୍ରାରମ୍ଭିକ ତାଲିକା ପ୍ରକାଶ ପାଇବ । ଏହି ତାଲିକାକୁ ନେଇ କୌଣସି ଆପତ୍ତି ଓ ପରାମର୍ଶକୁ ବିଚାରକୁ ନେଇ ନଭେମ୍ବର ୩୦ରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ । ୨୦୨୪ ଜାନୁଆରୀ ଶେଷ ସପ୍ତାହରେ ସାଧାରଣ ନିର୍ବାଚନ ହେବ। ବିଭିନ୍ନ ମାମଲାରେ ପାକିସ୍ତାନ ତେହରିକ-ଇ-ଇନସାଫ ନେତା ଇମ୍ରାନ ଖାଁ ଜେଲରେ ଥିବାବେଳେ ଏହି ନିର୍ବାଚନ ହେବ ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ