The Topmost

“The eyes believe themselves, the ears believe other people.”

ଆଜି ପର୍ଯ୍ୟବେକ୍ଷକଙ୍କ ସହ ନିର୍ବାଚନ କମିଶନଙ୍କ ବୈଠକ

ଖୁବ୍ ଶୀଘ୍ର ୫ଟି ରାଜ୍ୟର ହେବ ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା । ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲଙ୍ଗାନା ଓ ମିଜୋରାମ ଲାଗି ଏକପ୍ରକାର ପ୍ରସ୍ତୁତି ଚୂଡା଼ନ୍ତ କରିସାରିଲେଣି ନିର୍ବାଚନ କମିଶନ । ବିଶ୍ବର ସବୁଠାର ବଡ଼ ଗଣତାନ୍ତ୍ରିକ ନିର୍ବାଚନ ପ୍ରସଙ୍ଗରେ ସମୀକ୍ଷା କରିବା ଲାଗି ନିର୍ବାଚନ କମିଶନ ପର୍ଯ୍ୟବେକ୍ଷକଙ୍କୁ ନେଇ ଆଜି ଏକ ବୈଠକ ଡାକିଛନ୍ତି । ନିର୍ବାଚନ କମିଶନଙ୍କ ପୋଲିସ, ସାଧାରଣ ବ୍ୟବସ୍ଥା ଓ ପର୍ଯ୍ୟବେକ୍ଷକଙ୍କ ଖର୍ଚ୍ଚ ଆଦି ସମ୍ପର୍କରେ ଆଲୋଚନା ହେବ । ନିର୍ବାଚନ ଆଚରଣ ବିଧି ଯେପରି ସଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରିବ ସେଥିଲାଗି ଗୁରୁତ୍ବ ଦେବେ ନିର୍ବାଚନ କମିଶନ । ଏହା ସହ ବାହୁ ଓ ଅର୍ଥବଳ ବିରୋଧରେ ଯେପରି ନୀତିନିୟମ ସଠିକ୍ ପ୍ରଭାବଶାଳୀ ହୋଇପାରିବ ସେଥିଲାଗି ଦୃଷ୍ଟି ଦିଆଯିବ । ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ମିଜୋରାମ ଗସ୍ତ କରି ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିସାରିଛନ୍ତି କମିଶନ । ଆସନ୍ତା କିଛି ଦିନ ମଧ୍ୟରେ ଏହି ୫ଟି ରାଜ୍ୟର ନିର୍ବାଚନ ନେଇ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ । ଆସନ୍ତା ନଭେମ୍ବର-ଡିସେମ୍ବରରେ ଏହି ୫ଟି ରାଜ୍ୟରେ ନିର୍ବାଚନ ହେବ ।