ଗୁଜରାଟ ଏବଂ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ନିର୍ବାଚନ କମିସନ୍ ଖୁବ୍ଶୀଘ୍ର ନିର୍ବାଚନ ତାରିଖ ଘୋଷଣା କରିବେ । ନିର୍ବାଚନ ତାରିଖ ଘୋଷଣା ହେବା ସହ ନିର୍ବାଚନ ଆଚରଣ ବିଧି ଲାଗୁ ହେବ । ଏହା ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ଗୁଡ଼ିକ ନିର୍ବାଚନ ପ୍ରଚାର କାର୍ଯ୍ୟ ଜୋରଦାର କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ତିନି ଦିନିଆ ଗୁଜରାଟ ଗସ୍ତରେ ଥିଲେ । ମୋଦୀ ଗତକାଲି ଗୁଜରାଟ ଗସ୍ତ ଶେଷ କରିଛନ୍ତି । ଗୁଜରାଟରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ସହ ମୋଦୀ ଅନେକ ରାଲିରେ ଉଦ୍ବୋଧନ ଦେଇଛନ୍ତି । ଆଜି ମୋଦୀ ହିମାଚଳପ୍ରଦେଶ ଗସ୍ତ କରିବେ । ହିମାଚଳପ୍ରଦେଶରେ ମୋଦୀ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବେ ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ