The Topmost

“The eyes believe themselves, the ears believe other people.”

ମନ୍ତ୍ରୀ ରଥିନ ଘୋଷଙ୍କ ଆବାସରେ ଇଡି ରେଡ୍ 

ପଶ୍ଚିମବଙ୍ଗ ମମତା ସରକାରରେ ମନ୍ତ୍ରୀ ଥିବା ରଥିନ ଘୋଷଙ୍କ ଆବାସରେ ଇଡି ଚଢଉ କରିଛି । ଏହି କାର୍ଯ୍ୟାନୁଷ୍ଠାନ ନଗରପାଳିକାରେ ନିଯୁକ୍ତିରେ ଦୁର୍ନୀତି ହୋଇଥିବା ନେଇ କଥିତ ସମ୍ପୃକ୍ତି ନେଇ ହୋଇଛି । ରଥିନଙ୍କ ସରକାରୀ ଆବାସ ସହ ୧୩ଟି ସ୍ଥାନରେ ଚଢଉ କରିଛି ଇଡି । ମଧ୍ୟମଗ୍ରାମ ଆସନରୁ ବିଧାୟକ ଥିବା ରଥିନ୍ ଏବେ ମମତା ସରକାରଙ୍କ ଖାଦ୍ୟ ଓ ଆପୂର୍ତ୍ତି ମନ୍ତ୍ରୀ ଅଛନ୍ତି । ଏହାପୂର୍ବରୁ ସେ ମଧ୍ୟମଗ୍ରାମ ନଗରପାଳିକାର ପୂର୍ବ ଅଧ୍ୟକ୍ଷ ଥିଲେ । ଆଉ ଏହି ସମୟରେ ଦୁର୍ନୀତି ହୋଇଥିଲା । ପଶ୍ଚିମବଙ୍ଗର ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ହୋଇଥିଲା । ଯାହାର ପ୍ରମାଣ ମିଳିବା ପରେ ତନାଘନା ହୋଇଥିଲା । ଏହାପରେ ନଗରପାଳିକା ନିଯୁକ୍ତିରେ ଦୁର୍ନୀତି ନେଇ ଛାନବିନ୍ ଚାଲିଛି ।