ଭାରତୀୟ ରୋଷେଇରେ ଲଙ୍କାର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। କେହି କେହି ନିଜ ରୋଷେଇରେ କଞ୍ଚାଲଙ୍କା ବ୍ୟବହାର କରନ୍ତି ତ କେହି କେହି ଶୁଖିଲା ଲଙ୍କା ତ ପୁଣି କେହି ଲଙ୍କା ଗୁଣ୍ଡ। ଯେକୌଣସି ମସଲା ତରକାରୀରେ ସାମାନ୍ୟ ରାଗ ମିଶ୍ରଣ ହୋଇଗଲେ ତାହାର ସ୍ବାଦ ଦ୍ବିଗୁଣ ହୋଇଯାଏ। ବିଶେଷ କରି ଅଧିକାଂଶ ଲୋକ କଞ୍ଚାଲଙ୍କା ଖାଇବାର ସଉକ ରଖିଥାନ୍ତି। ଜାଣିରଖନ୍ତୁ ଯେ କଞ୍ଚାଲଙ୍କାକୁ କେବଳ ସ୍ବାଦ ପାଇଁ ନୁହେଁ, ବରଂ ଅନ୍ୟ ଶାରୀରିକ ଉପକାରିତା ପାଇଁ ମଧ୍ୟ ଖାଇବା ଦରକାର।
ଜାଣିବା ଉଚିତ ଯେ କଞ୍ଚାଲଙ୍କାରେ ଆଦୌ ବି କ୍ୟାଲୋରି ନାହିଁ। ଯେଉଁମାନେ ଡାଏଟ୍କୁ ଗୁରୁତ୍ବ ଦେଉଛନ୍ତି ସେମାନେ ନିଜ ଖାଦ୍ୟରେ କଞ୍ଚାଲଙ୍କାକୁ ବ୍ୟବହାର କରିପାରିବେ।
କଞ୍ଚାଲଙ୍କାରେ ପ୍ରଚୁର ପରିମାଣ ଭିଟାମିନ୍ ସି ଓ କ୍ୟାରେଟିନ୍ ଅଛି। ତେଣୁ କଞ୍ଚାଲଙ୍କା ଖଇଲେ ତ୍ବଚା ଭଲ ରହିବ ଏଥିରେ ତିଳେ ବି ସନ୍ଦେହ ନାହିଁ। ମାତ୍ର ଲଙ୍କାକୁ ଆପଣ ଥଣ୍ଡା ସ୍ଥାନରେ ହିଁ ରଖିବେ। ଏହା ଯଦି ଗରମ ସ୍ଥାନରେ ରଖିଦିଅନ୍ତି ତେବେ ଏଥିରୁ ଭିଟାମିନ୍ ସି କମ୍ ହୋଇଯିବ।
କଞ୍ଚାଲଙ୍କା ଖାଇବା ଦ୍ବାରା ମନ ବି ଫୁର୍ତ୍ତି ହୋଇଯାଏ। ଯଦି କୌଣସି କାରଣରୁ ଆପଣଙ୍କ ମନ ଭଲ ନାହିଁ ତେବେ ତୁରନ୍ତ କଞ୍ଚାଲଙ୍କା ପକାଇ କିଛି ସ୍ବାଦିଷ୍ଟ ଖାଇବା ବନେଇ ଖାଆନ୍ତୁ। ଦେଖିବେ ମନ ଫୁର୍ତ୍ତି ହୋଇଯିବ।
କଞ୍ଚାଲଙ୍କା ଶରୀରର ତାପମାତ୍ରାକୁ କମ୍ କରିବାରେ ସହାୟ ହୋଇଥାଏ। ଏଥିରୁ ଆପଣଙ୍କୁ ପ୍ରଚୁର ପରିମାଣର ପ୍ରାକୃତିକ ଆଇରନ୍ ମିଳିଯିବ। କେବଳ ସେତି ନୁହେଁ, କଞ୍ଚାଲଙ୍କା ଖାଇବା ଦ୍ବାରା ରକ୍ତରେ ଶର୍କରା ପରିମାଣ ମଧ୍ୟ ନିୟନ୍ତ୍ରଣରେ ରହିଥାଏ।
କଞ୍ଚାଲଙ୍କା ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବୃଦ୍ଧି କରାଇଥାଏ। ଆଣ୍ଟିଅକ୍ସିଡାଣ୍ଟ୍ରେ ଭରପୂର ଏହି କଞ୍ଚାଲଙ୍କା ହଜମ ପ୍ରକ୍ରିୟାକୁ ମଧ୍ୟ ଠିକ୍ ରଖିଥାଏ।
More Stories
ଆୟୋଡିନର ଅଭାବ ଆଣି ପାରେ ଏପରି ଭୟାବହତା
ଅଧିକ ସାନିଟାଇଜର ବ୍ୟବହାର କରୁଛନ୍ତି କି
ଯୋଗ କରିବା ପରେ ଏପରି କାମ କରୁଛନ୍ତି କି do’s and dont’s after yoga