ଶରୀରର ହାଡ଼କୁ ମଜଭୁତ ରଖିବା ପାଇଁ ଆମକୁ କ୍ୟାଲସିୟମ୍ ଓ ଭିଟାମିନ୍ ଡି ଆବଶ୍ୟକ ହୋଇଥାଏ। କିନ୍ତୁ ଦିନ ସାରା ଆମେ ବହୁ ଏମିତି ଖାଦ୍ୟ ଖାଇଥାଉ ଯାହା ଦ୍ୱାରା ହାଡ଼ ଦୁର୍ବଳ ହୋଇଯାଏ। ଫୁଡ୍ ଓ ନ୍ୟୁଟ୍ରିସନ୍ ଏକ୍ସପର୍ଟଙ୍କ କହିବା ଅନୁସାରେ ଏମିତି ଅନେକ ଖାଦ୍ୟ ଅଛି ଯାହାକୁ ଖାଇବା ଦ୍ବାରା କ୍ୟାଲସିୟମ୍ ଓ ଭିଟାମିନ୍ ଡି’ ଉଚିତ ପରିମାଣରେ ଶରୀରକୁ ମିଳେନାହିଁ। ସେହି ସବୁ ଖାଦ୍ୟ ବିଷୟରେ ଆଜି ଆମେ ଆଲୋଚନା କରିବା। ଜାଣିବା ଯେ କେଉଁ ସବୁ ଖାଦ୍ୟ ଖାଇବା ଆମ ହାଡ଼ ପ୍ରତି ଖରାବ।
ଅଧିକ ଲୁଣ ଖାଇବା:
ଆପଣ ନିଜ ଖାଦ୍ୟରେ ଯେତେ ଅଧିକ ଲୁଣ ଖାଇବେ, ଆପଣଙ୍କ ଶରୀରରେ କ୍ୟାଲସିୟମର ମାତ୍ରା ସେତେ ଶୀଘ୍ର କମିବା ଆରମ୍ଭ କରିବ। ସୁସ୍ଥ ହାଡ ପାଇଁ କ୍ୟାଲସିୟମର ଭୂମିକା ଗୁୁରୁତ୍ବପୂର୍ଣ୍ଣ। ରାସ୍ତାକଡ଼ର ଖାଦ୍ୟରେ ସାଧାରଣତଃ ଲୁଣର ମାତ୍ରା ଅଧିକ। କିନ୍ତୁ ଆମକୁ ସନ୍ତୁଳନ ରକ୍ଷା କରି ଲୁଣ ଖାଇବା ଉଚିତ।
ଅଧିକ ପ୍ରୋଟିନ୍ ଖାଇବା:
ଲୋକମାନେ ଭାବନ୍ତି ଯେ ଅଧିକ ପ୍ରୋଟିନ୍ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିବ। କିନ୍ତୁ ବାସ୍ତବରେ ସେପରି ନୁହେଁ, ଅଧିକ ପ୍ରୋଟିନ ଖାଇବା ହେତୁ ହାଡ ଦୁର୍ବଳ ହେବାକୁ ଲାଗେ ଏବଂ ଯନ୍ତ୍ରଣା ବୃଦ୍ଧି ପାଇଥାଏ। ସେଥିପାଇଁ ଆବଶ୍ୟକୀୟ ପରିମାଣର ପ୍ରୋଟିନ ଗ୍ରହଣ କରାବା ଉଚିତ୍। ଅଧିକ ନୁହେଁ, କି କମ୍ ବି ନୁହେଁ।
ଧୂମପାନ କରିବା:
ଧୂମପାନ ଆପଣଙ୍କ ହାଡ଼ ସମେତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ କ୍ଷତିକାରକ। ଏହା ହାଡ଼କୁ ଦୁର୍ବଳ କରିଥାଏ ସେଥିପାଇଁ ଆମକୁ ଏଥିରୁ ନିଜକୁ ଦୂରେଇ ରଖିବା ଉଚିତ
More Stories
ଆୟୋଡିନର ଅଭାବ ଆଣି ପାରେ ଏପରି ଭୟାବହତା
ଅଧିକ ସାନିଟାଇଜର ବ୍ୟବହାର କରୁଛନ୍ତି କି
ଯୋଗ କରିବା ପରେ ଏପରି କାମ କରୁଛନ୍ତି କି do’s and dont’s after yoga