ଆମେ ସମସ୍ତେ ଜାଣନ୍ତି ଯେ ସକାଳ ଜଳଖିଆ ଶରୀର ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହୋଇଥାଏ। ଡାକ୍ତରମାନେ କୁହନ୍ତି କି ଦିନର ଅନ୍ୟ ଖାଇବା ସମୟ ଅପେକ୍ଷା ସକାଳ ଖାଦ୍ୟକୁ ବେଶି ଧ୍ୟାନ ଦେବା ଉଚିତ। ସକାଳୁ ପେଟ ଭରି ଖାଇବା ସହ ପୁଷ୍ଟିକର ଖାଦ୍ୟ ଖାଇବା ଜରୁରୀ। ତେବେ ଚାଲନ୍ତୁ ଜାଣିବା ସକାଳ ଜଳଖିଆରେ ଆମେ କେଉଁ ସବୁ ଖାଦ୍ୟକୁ ସାମିଲ୍ କରିପାରିବା।
ସକାଳୁ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଖୁବ୍ ଭଲ ହୋଇଥାଏ। ସକାଳୁ ସକାଳୁ ଅଣ୍ଡା ଖାଇବା ଦ୍ବାରା ରକ୍ତରେ ଶର୍କରା ଓ ଇନ୍ସୁଲିନ୍ ସ୍ତର ଠିକ୍ ଭାବେ ବଜାୟ ରହିଥାଏ। ଅଣ୍ଡାରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍ ବିଭିନ୍ନ ପ୍ରକାରର ଚକ୍ଷୁ ସମସ୍ୟାକୁ ଦୂର କରିଥାଏ।
କିଛି ଲୋକଙ୍କର ସକାଳୁ ଉଠି ଚା’ ପିଇବାର ଅଭ୍ୟାସ ରହିଛି। ମାତ୍ର ମନେ ରଖନ୍ତୁ ଚା’ ପରିବର୍ତ୍ତେ ଆପଣ କଫି ପିଇଲେ ଶରୀର ପାଇଁ ସୁସ୍ଥକର। କଫିରେ ଥିବା କଫିନ୍ ମନକୁ ପ୍ରଫୁଲ୍ଲ କରି ଦେଇଥାଏ।
ସକାଳୁ ଆପଣ ସବୁଜ ଚା’ ବା ଗ୍ରିନ୍ ଟି ମଧ୍ୟ ପିଇପାରିବେ। କଫିରେ ଯେତିକି ପରିମାଣରେ କଫିନ୍ ଅଛି ଗ୍ରିନ୍ ଟି’ରେ ତାହାର ଅଧା ପରିମାଣର କଫିନ୍ ରହିଛି। ସେଥିପାଇଁ ପାରୁଛନ୍ତି ଯଦି ଗ୍ରିନ୍ ଟି ପିଅନ୍ତୁ।
ସକାଳୁ ପ୍ରୋଟିନ୍ ସେକ୍ ପିଇବା ଅଭ୍ୟାସ ରଖନ୍ତୁ। ଏହା ଶରୀର ପାଇଁ ଖୁବ୍ ଉପକାରୀ ହୋଇଥାଏ।
ସକାଳ ଜଳଖିଆରେ ଆପଣ ବିଭିନ୍ନ ପ୍ରକାରର ଫଳ ସାମିଲ୍ କରିପାରିବେ। ବିଶେଷ କରି ସେଓ ଖୁବ୍ ଭଲ ହୋଇଥାଏ।
More Stories
ଭୃସଙ୍ଗ ପତ୍ରର ନ୍ୟୁଟ୍ରିସନକୁ ସରି ହେବନି ମହଙ୍ଗା ଔଷଧ
ଗର୍ଭାବସ୍ଥାରେ କେଉଁ ଧାତୁର ପ୍ରଭାବ କିପରି ହୋଇଥାଏ
magic of sugarcane juice ଆଖୁରସର ଚମତ୍କାରୀତା