ଆପଣ ଜାଣନ୍ତି ଯେ ପରିବା ପରି ଶାଗ ମଧ୍ୟ ଶରୀର ପାଇଁ ଖୁବ୍ ଭଲ ଏହା ଆମେ ସମସ୍ତେ ଜାଣନ୍ତି। ଶାଗ ଖାଇବା ଦ୍ବାରା ଶରୀରକୁ ବିଭିନ୍ନ ପ୍ରକାରର ସୁଫଳ ମିଳିଥାଏ। ଭିନ୍ନ ଧରଣର ଶାଗରେ ଭିନ୍ନ ପ୍ରକାରର ସୁଗୁଣ ରହିଛି। ତେବେ ଚାଲନ୍ତୁ ଜାଣିବା ପାଳଙ୍ଗ ଶାଗରେ କ’ଣ ସବୁ ଭଲ ଗୁଣ ରହିଛି ଓ ଏହାକୁ ଖାଇଲେ ଶରୀରକୁ କିପ୍ରକାରର ଲାଭ ହୋଇଥାଏ।
ପାଳଙ୍ଗ ଶାଗକୁ ଆପଣ ଖରଡ଼ି, ପାଲକ ପନୀର କରି, ଶାଗ ରାଇ କିମ୍ବା ଶାଗ ମୁଗ ଆଦି କରି ଖାଇପାରିବେ। ଏହା ବ୍ୟତୀତ ଆପଣ ପାଳଙ୍ଗ ଶାଗକୁ ଜୁସ୍ କରି ମଧ୍ୟ ପିଇପାରିବେ। ଏହା ଦ୍ବାରା ଆପଣଙ୍କ ଶରୀରକୁ ଅନେକ ପ୍ରକାରର ପୋଷଣ ମିଳିଥାଏ।
ପାଳଙ୍ଗ ଖାଇଲେ କର୍କଟ ହେବାର ସମ୍ଭାବନା ହ୍ରାସ୍ ପାଇଥାଏ ବୋଲି ଏକ ଗବେଷଣାରୁ ଜାଣିବାକୁ ମିଳିଛି। ଏହା ବ୍ୟତୀତ ପାଳଙ୍ଗ ଶାଗ ଖାଇଲେ ରକ୍ତରେ ଶର୍କରା ପରିମାଣ ନିୟନ୍ତ୍ରଣରେ ରହେ। ସେହି କାରଣରୁ ମଧୁମେହ ରୋଗୀମାନେ ଏହାକୁ ଖାଇବା ଭଲ। ଓଜନ ହ୍ରାସ କରିବାକୁ ଚାହୁଁଥିଲେ ମଧ୍ୟ ଆପଣ ଆପଣଙ୍କ ଦୈନିକ ଖାଦ୍ୟ ରୁଟିନ୍ରେ ଏହି ଶାଗକୁ ରଖିପାରିବେ।
ଏହା ତ୍ବଚା, କେଶ ଓ ହାଡ଼ ପାଇଁ ଖୁବ୍ ଉପକାରୀ। ଏହାକୁ ଖାଇବା ଦ୍ବାରା ଆପଣ ନିଜକୁ ଖୁବ୍ ସୁସ୍ଥ ଅନୁଭବ କରିବେ। ଏଥିରେ ପ୍ରୋଟିନ୍, ଆଇରନ୍, ଭିଟାମିନ୍ ଏବଂ ମିନେରାଲ୍ସ ସବୁ କିଛି ରହିଛି। ଏହାକୁ ଦୈନନ୍ଦିନ ଖାଇଲେ ବି ଏହାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ନାହିଁ।
More Stories
ଗର୍ଭାବସ୍ଥାରେ କେଉଁ ଧାତୁର ପ୍ରଭାବ କିପରି ହୋଇଥାଏ
magic of sugarcane juice ଆଖୁରସର ଚମତ୍କାରୀତା
କାହିଁକି ଟ୍ରେଣ୍ଡରେ ଏହି ସବୁଡ ଚା