ଖାଇବାର ସ୍ୱାଦ ବଢ଼ାଇବା ସଙ୍ଗେ ସଙ୍ଗେ ଶରୀରକୁ ସୁସ୍ଥ ରଖିବା ପାଇଁ ମଧ୍ୟ ରସୁଣ ଖିଆଯାଇଥାଏ। ରସୁଣ ଏକ ଏପରି ପ୍ରକାରର ମସଲା ସାମଗ୍ରୀ ପ୍ରାୟତଃ ସବୁ ଭାରତୀୟଙ୍କ ରୋଷେଇ ଘରେ ଦେଖିବାକୁ ମିଳେ। ଅଧାରୁ ଅଧିକାଂଶ ଭାରତୀୟ ସେମାନଙ୍କ ରୋଷେଇରେ ରସୁଣ ବ୍ୟବହାର କରିଥାନ୍ତି। କେବଳ ଭାରତ ନୁହେଁ, ଏହାର ଚାହିଦା ବିଶ୍ବର ଅଧିକାଂଶ ଅଞ୍ଚଳରେ ରହିଛି।
ଏହି ରସୁଣକୁ ସକାଳୁ ଖାଲି ପେଟରେ ଖାଇବା ଦ୍ବାରା ଅନେକ ସୁଫଳ ମିିଳିଥାଏ। ସକାଳୁ ଖାଲି ପେଟରେ ରସୁଣ ଖାଇଲେ ଓଜନ ହ୍ରାସ ହୋଇଥାଏ। ରସୁଣରେ ଏପରି କିଛି ତତ୍ତ୍ବ ରହିଛି, ଯାହାକୁ ଖାଇବା ଦ୍ବାରା ଶରୀରରେ ଥିବା ଅତିରିକ୍ତ ଚର୍ବି କମ୍ ହୋଇଯିବ।
ରସୁଣ ପାଚନ ଶକ୍ତି ସହ ଜଡ଼ିତ ସମସ୍ୟାକୁ ଦୂର କରିଥାଏ। ସେଥିପାଇଁ ରସୁଣ ଖାଇବା ଦ୍ବାରା ପେଟ ବଢ଼ିବା ସମସ୍ୟାକୁ ବି ଦୂର କରି ଦିଆଯାଇପାରେ।
ରକ୍ତଚାପ ରୋଗୀମାନଙ୍କ ପାଇଁ ବି ଖାଲି ପେଟରେ ରସୁଣ ଖାଇବା ଲଭପ୍ରଦ ସାବ୍ୟସ୍ତ ହୋଇଥାଏ। ରସୁଣରୁ ଗୋଟାଏ ପାଖୁଡ଼ା ଚୋବେଇବି ପ୍ରତିଦିନ ଖାଇବା ଦ୍ବାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ।
ରସୁଣ ସେବନ ଦ୍ବାରା କିଡ୍ନୀ ଜନୀନ ସମସ୍ୟା ଦୂର ହୋଇଥାଏ। କିଡ୍ନି ରୋଗୀମାନେ ପ୍ରତିଦିନ ଗୋଡ଼ାଏ ପାଖୁଡ଼ା ରସୁଣ ଖାଇବା ଉଚିତ।
କେବଳ ସେତିକି ନୁହେଁ, ରସୁଣ ଖାଇବା ଦ୍ବାରା ବିଶାଦଗ୍ରସ୍ତତା ବି ଦୂର ହୋଇଥାଏ। ପ୍ରତିଦିନ ରସୁଣ ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲ କମ ହେବା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିଥାଏା
More Stories
ପୁରୁଣା ଘୋଳାବିନ୍ଧାକୁ କୁହନ୍ତୁ ବାଏବାଏ
ଆଉ ହଇରାଣ କରିବନି ଟିନ୍ ଏଜ୍ ବ୍ରଣ !
କେଶ ଝଡିବା କଣ ଭୁଲିଯିବେ, କରନ୍ତୁ ଏହି ଉପାୟ