ଆଜି ହେଉଛି ଜଗତଜନନୀ ମାଆ ଦୁର୍ଗାଙ୍କର ମହାସପ୍ତମୀ ପୂଜା । ଦୁଇ ବର୍ଷ ପରେ ବିନା କରୋନା କଟକଣାରେ ପୂଜାର ଆୟୋଜନ କରାଯାଇଥିବାରୁ ସବୁଠି ଭିଡ ଜମୁଛି । ପରମ୍ପରା ଅନୁଯାୟୀ ଆଜି ଭୋରୁ ମା’ଙ୍କୁ ଚକ୍ଷୁ ଦାନ କରାଯିବା ପରେ ମହାସପ୍ତମୀ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ରାଜଧାନୀ ଭୁବନେଶ୍ୱର ଏବଂ କଟକରେ ପୂଜା ଏଥର ଧୁମଧାମରେ ପାଳନ କରାଯାଉଛି । ପୂଜା ମଣ୍ଡପ ପାଖରେ ମେଲୋଡି କାର୍ଯ୍ୟକ୍ରମ ମଧ୍ୟ ଦେଖିବାକୁ ମିଳୁଛି । ଭୁବନେଶ୍ୱରରେ ରସୁଲଗଡ଼, ସହୀଦନଗର, ବୋମିଖାଲ, ନୟାପଲ୍ଲୀ, ଝାରପଡ଼ା, ବରମୁଣ୍ଡା ଆଦି ସ୍ଥାନରେ ବଡ ବଡ ତୋରଣ ଲାଗିଥିବା ଦେଖିବାକୁ ମିଳିଛି । ସେହିପରି କଟକ ସହର ପୁରା ଆଲୋକମୟ ହୋଇପଡିଛି । ସହରର ଅଧିକାଂଶ ସ୍ଥାନ ବିଶେଷକରି ରାସ୍ତାଘାଟ ରଙ୍ଗବେରଙ୍ଗର ଆଲୋକରେ ସଜା ହୋଇଥିବା ଦେଖିବାକୁ ମିଳିଛି ।
“The eyes believe themselves, the ears believe other people.”
More Stories
ପ୍ୟାଣ୍ଟ ପଛ ପକେଟରେ ପର୍ସ ରଖୁଛନ୍ତି କି..
12ଟି ରାଶି ଉପରେ କଣ ରହିବ ମହାଶିବରାତ୍ରିର ପ୍ରଭବ
ଜାଣନ୍ତୁ ଶିବରାତ୍ରିର ପୂଜା ବିଧି, ମନ୍ତ୍ର, ସମୟ, ଉପବାସର ସମ୍ପୂର୍ଣ୍ଣ ନିୟମ