ବିଦାୟ ନେଲେ ମା’ ଜଗତଜନନୀ । ଦୂର୍ଗାପୂଜାର ଅନ୍ତିମ ପର୍ଯ୍ୟାୟ ଭସାଣ ଉତ୍ସବରେ ପଡୁଥିଲା ଉଠୁଥିଲା କଟକ-ଭୁବନେଶ୍ୱର । ତୁହାତୁ ତୁହା ବର୍ଷା ଭିତରେ ଶେଷ ହୋଇଛି ମାଆ ଜଗତଜନନୀଙ୍କ ଶୋଭାଯାତ୍ରା । ପାରମ୍ପରିକ ବାଦ୍ୟର ତାଳେତାଳେ ମାଆଙ୍କ ମେଢ ଆଗରେ ନାଚିନାଚି ବିଦାୟ ଜଣାଇଛନ୍ତି ବିଭିନ୍ନ ପୂଜା କମିଟି ସଦସ୍ୟ । ଢୋଲ ବାଜା, ଘୋଡାନାଚ ଓ ଅତ୍ୟାଧୁନିକ ଡିଜେ ସାଉଣ୍ଡର ତାଳରେ ଝୁମିଛନ୍ତି ଯୁବଗୋଷ୍ଠୀ । ଭୁବନେଶ୍ୱରରେ ଭସାଣି ପାଇଁ ମହାନଗର ନିଗମ ପକ୍ଷରୁ ନିର୍ମାଣ କରାଯାଇଥିବା ୪ଟି ଅସ୍ଥାୟୀ ପୋଖରୀରେ ମାଙ୍କ ମୂର୍ତ୍ତି ବିସର୍ଜନ କରାଯାଇଛି । କୁଆଖାଇ ନଦୀ ପଠାରେ ୨ଟି ଏବଂ ଟଙ୍କପାଣି ବାସୁଆ ଘାଇ ଓ ଦୟାନଦୀ କୂଳରେ ଗୋଟିଏ ଲେଖାଏଁ ପୋଖରୀ କରାଯାଇଥିଲା । ନଦୀ ପ୍ରଦୂଷଣକୁ ରୋକିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶ ଅନୁସାରେ ଛୋଟବଡ ପ୍ରାୟ ୩୦୦ ମେଢର ବିସର୍ଜନ ବ୍ୟବସ୍ଥା କରାଯାଇଥିଲା ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା