ଆଜି ଧରାପୃଷ୍ଠରୁ ବିଦାୟ ନେବେ ଦେବୀ ଦୁର୍ଗା । ଦୁଇ ବର୍ଷର କୋଭିଡ୍ କଟକଣା ପରେ ଏବର୍ଷ ପୁଣି ଭସାଣୀ ଉତ୍ସବ ଆୟୋଜନ ହେଉଛି । ଭୁବନେଶ୍ୱର-କଟକରେ ମାଆଙ୍କ ବିସର୍ଜନ ପାଇଁ ନଦୀରେ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି । ବାଲି ଖୋଳି ନଦୀ ପଠାରେ ଅସ୍ଥାୟୀ ପୋଖରୀ ତିଆରି କରଯାଇଛି । ସେହି ପୋଖରୀରେ ମାଆଙ୍କ ପ୍ରତିମୂର୍ତ୍ତିକୁ ବିସର୍ଜନ କରାଯିବ । ତେବେ ଭସାଣୀ ଉତ୍ସବ ପାଇଁ କେତେକ କଟକଣା ଜାରି କରିଛି କମିଶନରେଟ୍ ପୋଲିସ । କମିଶନରେଟ ପୋଲିସର ନିର୍ଦ୍ଦେଶ ଅନୁସାରେ, ଗୋଟିଏ ମେଢ଼ ସହ ଗୋଟିଏ ବ୍ୟାଣ୍ଡପାର୍ଟି ଓ ଗୋଟିଏ ମ୍ୟୁଜିକ ପାର୍ଟି ପ୍ରୋସେସନରେ ଯାଇପାରିବ । ଅଧିକ ବ୍ୟାଣ୍ଡ ପାର୍ଟି କିମ୍ବା ମ୍ୟୁଜିକ ପାର୍ଟିକୁ ସାଙ୍ଗରେ ନେବା ପାଇଁ ଅନୁମତି ନାହିଁ । ୬୫ ଡେସିବେଲରୁ ଅଧିକ ସାଉଣ୍ଡରେ ଡିଜେ ବା ମ୍ୟୁଜିକ ବାଜି ପାରିବ ନାହିଁ । ଭସାଣି ପାଇଁ ଦିଆଯାଇଥିବା ରୁଟ୍ ଅନୁସାରେ ମେଢ଼ଗୁଡିକ ପ୍ରୋସେସନ କରିବେ । ପ୍ରୋସେସନ ସମୟରେ ଫୋକସ ଓ ଫ୍ଲାସ ଲାଇଟ୍ ବ୍ୟବହାର କରିପାରିବେ ନାହିଁ । ସର୍ବାଧିକ ୬ଟି ଟ୍ରଲି ପ୍ରସେସନରେ ନେବାକୁ ଅନୁମତି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା