ସିଂହ ବାହାନରେ ଧରାବତରଣ କରିଛନ୍ତି ଜଗତଜନନୀ । ଆଜି ମଣ୍ଡପରେ ମହାମାୟାଙ୍କ ମହାଷ୍ଟମୀ ପୂଜା । ସୁନା, ରୁପା ମେଢ଼ରେ ଝଟକୁଛନ୍ତି ମା’ ଜଗତଜନନୀ । ମେଢ ଓ ସୁଦୃଶ ତୋରଣ ଦେଖିବା ସହ ମା’ଙ୍କ ଆଶୀର୍ବାଦ ନେବାକୁ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତଙ୍କ ଗହଳି ଚହଳି ଲାଗି ରହୁଛି । ଆଉ ତା ସାଙ୍ଗକୁ ରଙ୍ଗୀନ ଆଲୋକମାଳାରେ ଝଲସୁଛି ପୂଜା ବଜାର । କରୋନା ମହାମାରୀ କାରଣରୁ ଦୀର୍ଘ ୨ ବର୍ଷ ପରେ ପୂଜାର ମାହୋଲ ଦେଖିବାକୁ ମିଳିଛି । ଏବଂ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି । ଏହାସହ ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ତୋରଣ ସାଙ୍ଗକୁ ସାଜ୍ଜସଜ୍ଜା ଶୋଭାପାଉଛି । ତେବେ ଜନଗହଳିକୁ ଦୃଷ୍ଟିରେ ରଖି ପୂଜା କମିଟି ଏଥର ଶୃଙ୍ଖଳିତ ଦର୍ଶନ ଉପରେ ଅଧିକ ଗୁରୁତ୍ବ ଦେଇଛି । ଯେଉଁଥିରେ ପୁରୁଷ, ମହିଳା ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା