ମାଣ୍ଡିଆ ପରି ଉପକାରୀ ଖାଦ୍ୟ ଆଉ କିଛି ଥାଇପାରେନା। ଏହାକୁ ଖାଇବା ଦ୍ବାରା ପେଟ ଥଣ୍ଡା ରହିଥାଏ। ଆଜିକାଲି ଯେଉଁଭଳି ଗ୍ୟାସ୍ଷ୍ଟ୍ରିକ୍ ସମସ୍ୟା ରହୁଛି ତାହା ମାଣ୍ଡି୍ଆ ଖାଇବା ଦ୍ବାରା କମ୍ ହୋଇଥାଏ। କିଛି ଲୋକ ମାଣ୍ଡିଆକୁ ଛତୁଆ କରି ଖାଇଥାଆନ୍ତି। ଯଦି ଆପଣଙ୍କୁ ସେପରି ଖାଇବାକୁ ଭଲ ଲାଗୁନାହିଁ ତେବେ ଏଥିରେ ଅନ୍ୟ ସବୁ ରକମର ଖାଦ୍ୟ ବନାଇ ବି ଖାଇହେବ।
ଗରମ ଦିନରେ ମାଣ୍ଡିଆ ଖାଇବା ଦେହ ପାଇଁ ଖୁବ୍ ଭଲ ହୋଇଥାଏ। ଏହାକୁ ଖାଇବା ଦ୍ବାରା ପେଟ ଥଣ୍ଡା ରହିଥାଏ। ମାଣ୍ଡିଆରେ ଭର୍ପୂର କ୍ୟାଲ୍ସିୟମ୍ ରହିଥିବା ବେଳେ ଏହା ମଧୁମେହ ରୋଗୀଙ୍କ ପାଇଁ ଖୁବ୍ ଭଲ ଖାଦ୍ୟ ହୋଇଥାଏ।
ଗରମ ଦିନରେ ଆପଣ ମାଣ୍ଡିଆ ସେକ୍ ବି କରି ପିଇପାରିବେ। ଏହାକୁ କଦଳୀ ଓ ଖଜୁରି ପକାଇ ବନାଯାଏ। ଥଣ୍ଡା ଥଣ୍ଡା ଏହି ସେକ୍ର ସ୍ବାଦ ବି ଆପଣଙ୍କୁ ଖୁବ୍ ଭଲ ଲାଗିବ।
୨ ଚାମଚ୍ ମାଣ୍ଡିଆ ସହ ଅଧା କଦଳୀ, ଗୋଟାଏ ଖଜୁରୀ କୋଳି, ଗୋଟାଏ ବରଫ, ଟିକେ ଦୁଗ୍ଧ ଏବଂସ୍ବାଦ ମୁତାବକ ଟିକେ ଚିନି ପକାଇ ଆପଣ ଏହି ସେକ୍ ବନାଇ ପାରିବେ। ତେବେ ମାଣ୍ଡିଆକୁ ଗରମ ପାଣିରେ ଟିକେ ଫୁଟାଇବା ପରେ ଏହି ସବୁ ଜିନିଷ ମିଶାଇ ସେକ୍ ବନାଇ ପାରିବେ। ଏହି ସେକ୍କୁ ଗ୍ଲାସାର ଢାଳିବା ପରେ ଉପରେ କାଜୁ, କିସ୍ମିସ୍ ଦେଇ ଏହାକୁ ପିଇପାରିବେ। ଏହି ସେକ୍କୁ ପ୍ରତିଦିନ ପିଇବା ଦେହ ପାଇଁ ଖୁବ୍ ଭଲ।
More Stories
ଭୃସଙ୍ଗ ପତ୍ରର ନ୍ୟୁଟ୍ରିସନକୁ ସରି ହେବନି ମହଙ୍ଗା ଔଷଧ
ଗର୍ଭାବସ୍ଥାରେ କେଉଁ ଧାତୁର ପ୍ରଭାବ କିପରି ହୋଇଥାଏ
magic of sugarcane juice ଆଖୁରସର ଚମତ୍କାରୀତା