ଆପଣ ଜାଣନ୍ତି ଯେ କ୍ଷୀର ପିଇବା ଶରୀର ପାଇଁ ଖୁବ୍ ଭଲ। ରାତିରେ ଶୋଇବା ପୂର୍ବରୁ କ୍ଷୀର ପିଇବାକୁ ଆମେ ସଭିଏଁ ବହୁତ ଭଲ ବୋଲି ଜଣିଛନ୍ତି। ଆମର ଏକ ଧାରଣା ରହିଛି ଯେ କ୍ଷୀର ଶୋଇବା ପୂର୍ବରୁ ହିଁ ପିିଇବା ଉଚିତ।
ପ୍ରତ୍ୟେକ ଦିନ ୧ ଗ୍ଲାସ୍ କ୍ଷୀର ପିଇବା ଦ୍ବାରା ଶରୀର ନିରୋଗ ରହିଥାଏ ବୋଲି ଆମେ ଜାଣନ୍ତି। ଆପଣ ଏକଥା ବି ଜାଣନ୍ତି ଯେ କ୍ଷୀରରେ ଭିଟାମିନ୍ ଏ, ବି୨ ଏବଂ ବି୧୨ ଥାଏ। ମାତ୍ର କିଛି ଲୋକ ଶୋଇବା ପୂର୍ବରୁ କ୍ଷୀର ପିିଇବା ପରେ ନାନା ପ୍ରକାରର ସମସ୍ୟାକୁ ସାମ୍ନା କରିଥାନ୍ତି।
ଅଧିକାଂଶ ଲୋକ ରାତିରେ ଶୋଇବା ପୂର୍ବରୁ କ୍ଷୀର ପିଇ ଶୋଇଥାନ୍ତି। ଶୋଇବା ପୂର୍ବରୁ ଗରମ କ୍ଷୀର ପିଇଲେ ନିଦ ଭଲ ହୋଇଥାଏ ବୋଲି ଆମେ ଜାଣନ୍ତି। ମାତ୍ର ମନେ ରଖନ୍ତୁ, ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା ହେଉଛି ରାତିରେ ଶୋଇବା ପୂର୍ବରୁ କ୍ଷୀର ପିଇବା ଅନୁଚିତ। ଏହା ଓଜନ ବୃଦ୍ଧିକୁ ପ୍ରୋତ୍ସାହିତ କରିଥାଏ।
ଗବେଷକଙ୍କ ଅନୁଯାୟୀ, ୩୦ ବର୍ଷ ପରେ ଶରୀରରୁ ଧୀରେ ଧୀରେ ଲେକ୍ଟେଜ୍ ଏନ୍ଜାଇମ୍ ହ୍ରାସ ପାଇବାକୁ ଲାଗେ। ଫଳରେ ଶରୀର କ୍ଷୀରକୁ ହଜମ କରିବାର କ୍ଷମତା ହରାଇବାକୁ ଲାଗେ। ରାତିରେ କ୍ଷୀର ପିଇ ଶୋଇଲେ ଶରୀର ପକ୍ଷେ ତାହାକୁ ହଜମ କରିବା ଆହୁରି କଷ୍ଟକର ହୋଇପଡ଼େ।
ଯଦି ଆପଣଙ୍କ ପାଚକ ପ୍ରକ୍ରିୟାରେ କୌଣସି ଅସୁବିଧା ଥାଏ ତ ଆପଣ ଶୋଇବା ପୂର୍ବରୁ କ୍ଷୀର ପିଇବା ଦ୍ବାରା ଅସୁବିଧା ଆହୁରି ବଢ଼ିଯାଏ। ଏହି କାରଣରୁ ଅତି କମ୍ରେ ଶୋଇବାର ୧ ଘଣ୍ଟା ପୂର୍ବରୁ କ୍ଷୀର ପିଇବା ଉଚିତ।
More Stories
ଅଧିକ ସାନିଟାଇଜର ବ୍ୟବହାର କରୁଛନ୍ତି କି
ଯୋଗ କରିବା ପରେ ଏପରି କାମ କରୁଛନ୍ତି କି do’s and dont’s after yoga
ଏହି ଲକ୍ଷଣ ଥିଲେ, ଜାଣନ୍ତୁ ଆବଶ୍ୟକ ହେଉଛି ଫିଜିଓ ଥେରାପି