ଯଦି କୌଣସି ପାନୀୟ ଏକାସାଥୀରେ ମାଂସପେଶୀ, ହାଡ଼ ଏବଂ ମସ୍ତିଷ୍କକୁ ସୁସ୍ଥ ରଖିପାରେ ତ ତାହା ହେଉଛି ଖିର। ଏହା ଅତ୍ୟନ୍ତ ପୁଷ୍ଟିକର, ଯାହା ସବୁ ବୟସର ଲୋକଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ହେଲେ ମନେରଖନ୍ତୁ, ଖୀର ଶରୀର ପାଇଁ ଉପକାରୀ ହେଲେ ବି ଏହାକୁ ସୀମା ମଧ୍ୟରେ ପିଇବା ଭଲ। ତେବେ ଏପରି କିଛି ଜିନିଷ ଅଛି ଯାହାକୁ ଖିର ସହ ମିଶାଇକି ଖାଇଲେ ଶରୀର ଉପରେ କୁପ୍ରଭାବ ପଡ଼େ।
ପ୍ରତିଦିନ କ୍ଷୀର ପିଇଲେ ଆପଣ ପ୍ରୋଟିନ୍, କ୍ୟାଲସିୟମ୍, ଭିଟାମିନ୍ ବି୧୨, ଭିଟାମିନ୍ ବି୨, ପଟ୍ଟାସିୟମ୍, ଫସଫରସ୍, ଭିଟାମିନ୍ ଏ ଏବଂ ଭିଟାମିନ୍ ଡି ପାଇପାରିବେ। ଏହା ଆପଣଙ୍କ ହାଡ ଏବଂ ମାଂସପେଶୀକୁ ମଜବୁତ୍ କରାଇଥାଏ। ତେଣୁ ଖିରକୁ ପିଲାମାନଙ୍କ ପାଇଁ ଏକ ସମ୍ପୂର୍ଣ୍ଣ ଖାଦ୍ୟ ଭାବରେ ବିବେଚନା କରାଯାଏ।
ଲୋକମାନେ ଜଳଖିଆରେ ଖୀର ସହିତ ଅନେକ ଫଳ ଖାଇଥାନ୍ତି। ବାସ୍ତବରେ, ଫଳ ସହିତ ଫଳ ଖାଇବା ଅନୁଚିତ। ବିଶେଷକରି ଲେମ୍ବୁ ଏବଂ କମଳା ପରି ଖଟା ଫଳ କେବେବି ଖିର ସହିତ ଖାଇବା ଉଚିତ୍ ନୁହେଁ। ଏହାକୁ ଏକାଠି ଖାଇଲେ ପେଟରେ ଏସିଡ୍ ବଢ଼ିଯାଏ ଏବଂ ଭଲ ହଜମ ହୁଏନାହିଁ। ଏହା ଗ୍ୟାସ, ପେଟ ଯନ୍ତ୍ରଣା, ପେଟ ଫୁଲିବା, ହୃଦଘାତର କାରଣ ହୋଇପାରେ। ଖୀର ଖାଇସାରି ଖଟାଜାତୀୟ ଖାଦ୍ୟ ଖାଇଲେ ତାହା ପେଟରେ ଛିଣ୍ଡିଯାଏ।
ଅଧିକାଂଶ ଲୋକ ଖିର ସହ କଦଳୀ ଖାଇବାକୁ ଖୁବ୍ ଭଲପାଆନ୍ତି। କିନ୍ତୁ ଆୟୁର୍ବେଦ ଏହି ମିଶ୍ରଣକୁ ସବୁ ସମୟରେ ଉଚିତ ମଣେ ନାହିଁ। ବେଳେ ବେଳେ ଖିର, କଦଳୀ ମିଶାଇକି ଖାଇବା ଦ୍ବାରା କଫ ହୋଇ ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି କରିପାରେ।
ଯଦି ଆପଣ କ୍ଷୀର ସହିତ ଫାଇବରଯୁକ୍ତ ଜିନିଷ ଖାଉଛନ୍ତି ତେବେ ସାବଧାନ ରୁହନ୍ତୁ। କାରଣ ଅଧିକ ଫାଇବର ଓ କ୍ୟାଲ୍ସିୟମ୍ର ମିଶ୍ରଣ ଶରୀର ପାଇଁ କ୍ଷତିକାରକ। ସେହିପରି ପ୍ରୋଟିନ୍ଜାତୀୟ ଖାଦ୍ୟ ସହ ବି ଖିର ଖାଇବା ଭଲ ନୁହେଁ।
More Stories
ଅଧିକ ସାନିଟାଇଜର ବ୍ୟବହାର କରୁଛନ୍ତି କି
ଯୋଗ କରିବା ପରେ ଏପରି କାମ କରୁଛନ୍ତି କି do’s and dont’s after yoga
ଏହି ଲକ୍ଷଣ ଥିଲେ, ଜାଣନ୍ତୁ ଆବଶ୍ୟକ ହେଉଛି ଫିଜିଓ ଥେରାପି