DN ଗ୍ରୁପରେ ଚତୁର୍ଥ ଦିନରେ ଚଢ଼ାଉ ଜାରି ରଖିଛି ଆୟକର ବିଭାଗ । ଡିଏନ ଗ୍ରୁପ ମୁଖ୍ୟ ଜଗଦିଶ ପ୍ରସାଦ ନାୟକଙ୍କୁ ଆୟକର ବିଭାଗ ପଚରାଉଚରା କରୁଛି । ଡିଏନ ଗ୍ରୁପ ମୁଖ୍ୟ ଅଫିସରେ ହେଉଛି ପଚରାଉଚରା । ମିଳିଥିବା ଟଙ୍କା ଓ କାଗଜପତ୍ରକୁ ନେଇ ଚାଲିଛି ପଚରାଉଚରା । କୋଟି କୋଟି ଟଙ୍କାର ହିସାବ ପାଇଁ ଜଗଦିଶ ଓ ଚନ୍ଦ୍ରଶେଖରଙ୍କୁ ମୁହାଁମୁହିଁ ପଚରାଉଚରା ହେଉଥିବା ସୂଚନା ମିଳିଛି । ଚତୁର୍ଥ ଦିନରେ ନୟାପଲ୍ଲୀ ମୁଖ୍ୟ ଅଫିସରେ ପଚରାଉଚରା ସହ ଜବତ କାଗଜପତ୍ର ଯାଞ୍ଚ କରାଯାଉଛି । ସଂସ୍ଥା କେବେଠାରୁ ଓ କେତେ ଟଙ୍କା ଟିକସ ଫାଙ୍କିଛି ତାହା ସ୍ପଷ୍ଟ କରିନି ତଦନ୍ତକାରୀ ଟିମ୍ । ଜଗଦୀଶ ନାୟକ ଓ ଆସୋସିଏଟଙ୍କ ଘରେ ରେଡ୍ ବେଳେ ୧୧କୋଟିରୁ ଅଧିକ ଜବତ କ୍ୟାସ ଆରବିଆଇକୁ ପଠାଯାଇଛି । କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ଖଟ ତଳେ ଥିବା ଟ୍ରଙ୍କରୁ ୧୧କୋଟିରୁ ଉର୍ଦ୍ଧ୍ବ ନଗଦ ଟଙ୍କା ଠାବ କରାଯାଇଥିଲା । ଏହାସହ ସଂସ୍ଥା ମୁଖ୍ୟ ଜଗଦୀଶ ନାୟକଙ୍କ ଅଫିସରୁ ଶହେ କୋଟିରୁ ଉର୍ଦ୍ଧ୍ବ କ୍ୟାସ ରସିଦ ଠାବ କରାଯାଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା