ଦିପାବଳୀ ଉପଲକ୍ଷେ କେନ୍ଦ୍ର ସରକାରଙ୍କ ରେଳ କର୍ମଚାରୀଙ୍କୁ ବଡ ଉପହାର । କେନ୍ଦ୍ର ମନ୍ତ୍ରୀମଣ୍ଡଳ ତରଫରୁ ରେଳ କର୍ମଚାରୀଙ୍କୁ ୭୮ ଦିନର ଦରମା ବୋନସ ଆକାରରେ ଦେବାକୁ ଯାଉଛନ୍ତି । ରେଳ କର୍ମଚାରୀଙ୍କୁ କେନ୍ଦ୍ର ସରକାର ମୋଟ ୧୮୩୨.୦୯ କୋଟି ଟଙ୍କାର ବୋନସ ଦେବେ । ଗତବର୍ଷ ବି କେନ୍ଦ୍ର ସରକାର ରେଳ କର୍ମଚାରୀଙ୍କୁ ୭୮ ଦିନର ଦରମା ହିସାବରେ ବୋନସ ଦେଇଥିଲେ । ଆଜି ଏନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି କି କେନ୍ଦ୍ରସରକାରଙ୍କ ଏହି ଘୋଷଣା ଫଳରେ ୧୧.୨୭ ଲକ୍ଷ ରେଳ କର୍ମଚାରୀ ଲାଭ ପାଇବେ । କେବଳ ସେତିକି ନୁହେଁ ଆଜିର ଏହି ବୈଠକରେ ତୈଳ ବିତରଣ କମ୍ପାନୀଙ୍କୁ ୨୨ ହଜାର କୋଟି ଟଙ୍କାର ଏକକାଳୀନ ଗ୍ରାଣ୍ଟ ଦିଆଯାଇଛି । ଏହା ଦ୍ୱାରା ଅର୍ନ୍ତରାଷ୍ଟ୍ରୀୟ ବଜାରରେ ଘରୋଇ ଏଲପିଜିର ଦାମ ବଢିଲେ ବି ଘରୋଇ ବଜାରରେ ଏହାର ଦାମ ସ୍ଥିର ରଖିବାରୁ କମ୍ପାନୀମାନଙ୍କର ହେଉଥିବା କ୍ଷତି ଭରଣା କରାଯାଇ ପାରିବ ।
More Stories
ଆଇଆଇଟିରେ ପଢୁଛନ୍ତି କଳିଯୁଗ କୃଷ୍ଣ
ଚିକେନ୍ ନୁହେଁ ସ୍ତ୍ରୀର ମାଂସକୁ ସିଝାଇଲେ କୁକୁରରେ
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା