ଚିନ୍ତା ବଢାଉଛି ଡେଙ୍ଗୁ । ଆକ୍ରାନ୍ତଙ୍କ କ୍ଷେତ୍ରରେ ଖୋର୍ଦ୍ଧା ଜିଲ୍ଲା ରେଡ୍ ଜୋନରେ ଥିବା ବେଳେ ରାଜଧାନୀ ଭୁବନେଶ୍ୱର ପାଲଟିଛି ହଟସ୍ପଟ୍ । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ସହିତ ଦୈନିକ ଟେଷ୍ଟିଂ ପଜିଟିଭ ହାର ମଧ୍ୟ କମ୍ ଅଛି । ତଥାପି ଜିଲ୍ଲାର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରୁ ନିୟମିତ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି । ଯାହାକୁ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଚିନ୍ତା ପ୍ରକଟ କରିଛି । ଖୋର୍ଦ୍ଧା ଜିଲ୍ଲାପାଳ, ବିଏମସି କମିଶନର, କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଆବଶ୍ୟକ ପ୍ରତିକାର ବ୍ୟବସ୍ଥା ସହିତ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ୱତନ୍ତ୍ର ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
More Stories
ସବୁ ସ୍କୁଲରେ ଖୋଲିବ ଶିଶୁ ବାଟିକା
ଭିତିରିଆ ଚାଲିଥିଲା ପାର୍ଟ ରେଜିଷ୍ଟ୍ରେସନ, ସମ୍ପୃକ୍ତ ଥିଲେ ମହିଳା କର୍ମଚାରୀ
4 ଡିଗ୍ରି ଶୀତରେ ଥରୁଛି ସାରା କନ୍ଧମାଳ