ଭୁବନେଶ୍ୱରରେ ଖୁବଶୀଘ୍ର ଖୋଲିବ ଡେଲୋଏଟ ସେଣ୍ଟର । ଆଇଟି କ୍ଷେତ୍ରରେ ଓଡିଶାକୁ ବଡ଼ ଅଗ୍ରଗତି । ଓଡ଼ିଶାରେ ଖୁବ ଶୀଘ୍ର ନିଜର କାର୍ଯ୍ୟାଳୟ ଖୋଲିବାକୁ ଯାଉଛି ବିଶ୍ୱର ନାମୀ ଆଇଟି ଓ ପ୍ରଫେସନାଲ କନସଲଟିଂ କମ୍ପାନୀ ଡେଲୋଏଟ । ଏନେଇ ନିଜର ଇଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି ଫାଇଭ ଟି ସଚିବ ଭିକେ ପାଣ୍ଡିଆନ । ବିଏମସି ଟାୱାରରେ ଡେଲୋଏଟର କାର୍ଯ୍ୟାଳୟ ଖୋଲିବାକୁ ଯାଉଥିବା ନେଇ ଫାଇଭ ଟି ସଚିବଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଦର୍ଶାଯାଇଛି । ଚଳିତ ମାସରେ ବିଶ୍ୱର ପ୍ରତିଷ୍ଠିତ ଆଇଟି କମ୍ପାନୀ ଆଇବିଏମ୍ ଭୁବନେଶ୍ୱରରେ ନିଜର ଡେଭଲପମେଣ୍ଟ ସେଣ୍ଟର ଖୋଲିବାକୁ ଯାଉଥିବା ବେଳେ, ଡେଲୋଏଟ୍ ଓଡ଼ିଶାରେ ଏହାର କାର୍ଯ୍ୟାଳୟ ଖୋଲିବା ଓଡ଼ିଶା ଆଇଟି ଇକୋସିଷ୍ଟମ୍ ପାଇଁ ବଡ ଖବର ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା