ନବରଙ୍ଗପୁରରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ନବରଙ୍ଗପୁରରେ ପହଞ୍ଚିଛନ୍ତି ରାଜନାଥ । ନବରଙ୍ଗପୁରରେ ବିଜେପିର କୋର କମିଟି ବୈଠକରେ ଯୋଗ ଦେଲେ ରାଜନାଥ । ଜନସଭା ପରେ କର୍ମୀଙ୍କୁ ୨୦୨୪ ନିର୍ବାଚନ ନେଇ ଗୁରୁମନ୍ତ୍ର ଦେବେ ରାଜନାଥ । ନବରଙ୍ଗପୁରରେ ସଭା ଶେଷ ହେବା ପରେ ବ୍ରହ୍ମପୁର ଓ ମୟୂରଭଞ୍ଜରେ ମଧ୍ୟ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଜନାଥ । ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିବା ରାଜନାଥ ୬ ଘଣ୍ଟାରେ ତିନି ଜିଲ୍ଲା ଗସ୍ତ କରି ଦଳୀୟ କର୍ମୀ ଓ ନେତାଙ୍କୁ ଉଦବୋଧନ ଦେବେ । କୋରାପୁଟ, ନବରଙ୍ଗପୁର, ବଲାଙ୍ଗିର, କଳାହାଣ୍ଡି ଲୋକସଭା କ୍ଷେତ୍ରରେ ଦଳ କିପରି ଭଲ ପ୍ରଦର୍ଶନ କରିବ, କ’ଣ ରହିବ ରଣନୀତି, ସେ ସଂପର୍କରେ ନେତା ଓ କର୍ମୀଙ୍କ ସହ ନବରଙ୍ଗପୁରରେ ଆଲୋଚନା କରିବେ ରାଜନାଥ । ଏହା ପରେ ବ୍ରହ୍ମପୁରରେ ମଧ୍ୟ ହେବାକୁ ଥିବା ବିଜୟ ସଂକଳ୍ପ ସମାବେଶରେ ରାଜନାଥ ସିଂହ ସାମିଲ ହେବେ । ଶେଷରେ ବାରିପଦା ଷ୍ଟାଡିୟମରେ ଏକ ବିଶାଳ ଜନସଭାକୁ ସମ୍ବୋଧନ କରିବେ ପ୍ରତିରକ୍ଷା ମନ୍ତ୍ରୀ । ବିଜେପି କାର୍ଯ୍ୟକର୍ତାଙ୍କୁ ଭେଟି ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ