The Topmost

“The eyes believe themselves, the ears believe other people.”

Deepika padukone is now cannes jury member

Deepika padukone is now cannes jury member .

ଦୀପିକା କାନ୍ସ ଜୁରୀ ସଦସ୍ୟ
ମନୋରଞ୍ଜନ ଜଗତର ପ୍ରସିଦ୍ଧ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ର ୭୫ତମ ସଂସ୍କରଣକୁ ସମସ୍ତେ ଅତି ଉତ୍ସାହର ସହ ପ୍ରତୀକ୍ଷା କରିଛନ୍ତି । କରୋନା କାଳ ପରେ ପୁଣି ଥରେ ଏହି ଫିଲ୍ମ ଫେଷ୍ଟିଭାଲ୍‌ ଧୁମଧାମରେ ଆୟୋଜିତ ହେବାକୁ ଯାଉଛି । ଏହାରି ମଧ୍ୟରେ ଜୁରୀ ସଦସ୍ୟମାନଙ୍କର ନାମ ଘୋଷଣା ହୋଇଛି । ଫ୍ରାନ୍ସର ବର୍ଷିଆନ ଅଭିନେତା ଭିନସେଣ୍ଟ୍‌ ଲିଣ୍ଡେନ୍‌ ଏହି ଜୁରୀର ଅଧ୍ୟକ୍ଷ ପଦରେ ଅଛନ୍ତି । ଭାରତର ଟପ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଏହି ପ୍ୟାନେଲ୍‌ରେ ସାମିଲ କରାଯାଇଛି । ଏସମ୍ପର୍କରେ ସୂଚନା ସ୍ୱୟଂ ଦୀପିକା ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍‌ରେ ଦେଇଛନ୍ତି । ସେ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ତାଙ୍କ ସହ ସାମିଲ ହେବାକୁ ଥିବା ଅନ୍ୟ ଜୁରୀ ସଦସ୍ୟଙ୍କ ଫଟୋ ମଧ୍ୟ ରହିଛି । ଏହାସହ କାନ୍ସ ଫିଲ୍ମ ଫେଷ୍ଟିଭାଲର ଏକ ଔପଚାରିକ ବୟାନର ଫଟୋ ମଧ୍ୟ ଅପଲୋଡ୍‌ କରିଛନ୍ତି । ଏହି ବୟାନରେ ଦୀପିକା ପାଦୁକୋନଙ୍କ ସମ୍ପର୍କରେ ଉଲ୍ଲେଖ ରହିଛି ।

ଏହି ପୋଷ୍ଟରେ ଲେଖା ହୋଇଛି ଯେ ଭାରତର ବଡ଼ ଷ୍ଟାର ପ୍ରଯୋଜକ, ସମାଜସେବୀ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ, ଯିଏ ୩୦ରୁ ଅଧିକ ଫିଚର ଫିଲ୍ମରେ କାମ କରିସାରିଛନ୍ତି । ଏଥିସହ ହଲିଉଡ୍‌ରେ ବିନ୍‌ ଡିଜେଲଙ୍କ ସହ ଫିଲ୍ମ ‘ଟ୍ରିପଲ୍‌ ଏକ୍ସ: ରିଟର୍ଣ୍ଣ ଅଫ୍‌ ଜେଣ୍ଡର୍‌ କେଜ୍‌’ରେ ନଜର ଆସିଛନ୍ତି । ଆହୁରି ମଧ୍ୟ ଲେଖା ହୋଇଛି, ସେ ଏକ ପ୍ରଯୋଜନା ହାଉସ୍‌ର ମାଲିକାଣୀ, ଯାହାର ଆରମ୍ଭ ସେ ତାଙ୍କ ଫିଲ୍ମ ‘ଛପାକ୍‌’ରୁ କରିଛନ୍ତି । ଏହାପରେ ସେ ତାଙ୍କ ପ୍ରଡକ୍ସନ ହାଉସ୍‌ର ବ୍ୟାନରରେ ସ୍ପୋର୍ଟସ୍‌ ଡ୍ରାମା ଫିଲ୍ମ ‘୮୩’ ନିର୍ମାଣ କରିଛନ୍ତି ଏବଂ ତାଙ୍କର ଆଗାମୀ ଫିଲ୍ମ ‘ଦ ଇଣ୍ଟର୍ନ’ ବି ଆସୁଛି । ନିକଟରେ ଦୀପିକା ଟାଇମ୍‌ ୧୦୦ ଇଫେକଫ ଆୱାର୍ଡ ଦ୍ୱାରା ସମ୍ମାନିତ ହୋଇଛନ୍ତି । କାନ୍ସ ଫିଲ୍ମ ଫେଷ୍ଟିଭାଲ ୧୭ ମେ’ରୁ ୨୮ ମେ’ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥିରେ ବିଶ୍ୱର ବଡ଼ ବଡ଼ ସେଲିବ୍ରେଟି ସାମିଲ ହୋଇଥାନ୍ତି ଏବଂ ପ୍ରଶଂସକଙ୍କୁ ସେମାନଙ୍କ ରେଡ୍‌ କାର୍ପେଟ୍‌ ଲୁକ୍‌କୁ ଅପେକ୍ଷା କରିଥାନ୍ତି ।

deepikaa
deepikaa @thetopmost-01
deepikaa
deepikaa @thetopmost-01
deepikaa
v @thetopmost-01

https://thetopmost.in/?p=1629

https://thetopmost.in/?p=1661

https://thetopmost.in/?p=1640

SHARE BY