ବିଧାୟକଙ୍କୁ ହତ୍ୟା ଧମକ । କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ । ୧୫ ଦିନ ମଧ୍ୟରେ ହତ୍ୟା କରିବାକୁ ଏକ ବ୍ୟାନରରେ ଲେଖାଯାଇଛି । ଆଜି ସକାଳୁ କଣ୍ଟାବାଞ୍ଜି ବାଳିକା ହାଇସ୍କୁଲ ବାହାରେ ଥିବା ଏକ ଦୋକାନ ନିକଟରେ ଏହି ବ୍ୟାନର ଲାଗିଥିଲା । ଏଥିରେ ନାଲି ରଙ୍ଗରେ କଣ୍ଟାବାଞ୍ଜି ବିଧାୟକଙ୍କୁ ୧୫ ଦିନରେ ହତ୍ୟା କରିବା ଲେଖାଯାଇଥିଲା । ଏହା ସହ ବ୍ୟାନରରେ ଏକ ଅଜଣା ବ୍ୟକ୍ତିଙ୍କ ଫଟୋ ମଧ୍ୟ ରହିଛି । ପୋଷ୍ଟର ଦେଖି ଲୋକେ ଭୟଭୀତ ହୋଇପଡ଼ିଥିବା ବେଳେ କଣ୍ଟାବାଞ୍ଜି ପୋଲିସ ବ୍ୟାନର ଜବତ କରି ତଦନ୍ତ ଆରମ୍ଭ କରିଛି ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ