The Topmost

“The eyes believe themselves, the ears believe other people.”

୩୪ ପ୍ରତିଶତରୁ ୩୮ ପ୍ରତିଶତକୁ ବୃଦ୍ଧି ପାଇଲା ମହଙ୍ଗା ଭତ୍ତା

୧ କୋଟି କେନ୍ଦ୍ରୀୟ କର୍ମଚାରୀ ଓ ପେନସନ୍ ଧାରକଙ୍କୁ ଦୁର୍ଗାପୂଜା ଭେଟି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ମହଙ୍ଗା ଭତ୍ତା ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ମୁତାବକ କେନ୍ଦ୍ର ସରକାର କର୍ମଚାରୀ ଓ ପେନସନ୍ ଧାରକଙ୍କ ପାଇଁ ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି । ଏବେ ମହଙ୍ଗା ଭତ୍ତା ୩୪ ପ୍ରତିଶତରୁ ୩୮ ପ୍ରତିଶତକୁ ବୃଦ୍ଧି ପାଇଛି । ଏହି ମହଙ୍ଗା ଭତ୍ତା ବୃଦ୍ଧି ଜୁଲାଇ ୨୦୨୨ ରୁ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ମାନ୍ୟ ହେବ । ଏବେ କେନ୍ଦ୍ର କର୍ମଚାରୀ ଓ ପେନସନ ଧାରକ ୩୮ ପ୍ରତିଶତ ମହଙ୍ଗା ଭତ୍ତା ପାଇବେ । ଏହା ୭ମ କେନ୍ଦ୍ରୀୟ ବେତନ ଆୟୋଗଙ୍କୁ ସୁପାରିଶ ଅଧାରରେ ଲାଗୁ କରାଯାଇଛି । କେନ୍ଦ୍ରୀୟ କର୍ମଚାରୀ ଓ ପେନସନ ଧାରକଙ୍କୁ ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଅକ୍ଟୋବର ମାସ ଦରମା ସହ ମିଳିବ । ଏହାସହ ଅକ୍ଟୋବର ମାସରେ କର୍ମଚାରୀମାନଙ୍କୁ ସେମାନଙ୍କର ପିଛିଲା ଏରିଅର ବି ମିଳିଯିବ ।