ଯଦି ଗଢ଼ଣ ସୁନ୍ଦର ଶରୀରର ରଂଗ ଯେପରି ବି ହେଉ, କିଛି ଫରକ ପଡ଼େନା। ମାତ୍ର ଚେହେରାରେ ସାମାନ୍ୟ ଦାଗ ବିଷାଦର କାରଣ ବନିଯାଏ। ମୁଖମଣ୍ଡଳରେ ଯଦି ଦାଗ କିମ୍ବା ଆଖି ତଳ କଳା ପଡ଼ିବା ପରି ସମସ୍ୟା ଉପୁଜେ ତ ମନ ବିଷାଦଗ୍ରସ୍ତ ହୋଇଯାଏ।
ଏହି ଦାଗ ଓ ଆଖି ତଳ କଳା ପାଇଁ ଲୋକମାନେ ସେମାନଙ୍କ ବୟସଠାରୁ ବୟସ୍କ ଦେଖାଯିବା ଆରମ୍ଭ କରନ୍ତି। ପ୍ରଦୂଷଣ, ମାନସିକ ଚାପ, ଖାଇବା ଅଭ୍ୟାସ, ଶୋଇବା ଶୈଳୀ ଏବଂ ପାଣିପାଗ ଆମ ଚର୍ମ ଉପରେ ଢେର୍ ପ୍ରଭାବ ପକାଇଥାଏ। ତେଣୁ ଆଖି ତଳ କଳା ପଡ଼ିବା ଚର୍ମର ଏକ ସାଧାରଣ ସମସ୍ୟା। ଯଦିଓ ଏଥିପାଇଁ ଘରୋଇ ଉପଚାର ଅଛି, କିନ୍ତୁ ସଠିକ୍ ପଦ୍ଧତି ଜାଣି ନ ଥିବାରୁ ଆମେ ତାହାର ଲାଭ ଉଠାଇ ପାରନ୍ତି ନାହିଁ।
ଚର୍ମକୁ କିପରି ଶକ୍ତ କରିବେ? ଚର୍ମକୁ ଲୋଚାକୋଚା ହେବାରୁ ବଞ୍ଚାଇବାକୁ ଘରୋଇ ଉପଚାରର ଆବଶ୍ୟକତା ରହିଛି। ତେଣୁ ଆଜି ଆମେ ଆପଣଙ୍କୁ ଏପରି ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ଚେହେରାର ଉଜ୍ଜ୍ବଳତା ବଢ଼ାଇବାରେ ସାହାଯ୍ୟ କରିବ।
ଆମେ କହୁଛି ଖାଣ୍ଟି ଗୁଆ ଘିଅ ବିଷୟରେ। ଏହାକୁ ଚେହେରାରେ ଲଗାଇଲେ ତ୍ବଚାର ଉଜ୍ଜ୍ବଳତା ବୃଦ୍ଧି ପାଇଥାଏ। ଖାଲି ସେତିକି ନୁହେଁ, ଏହାକୁ ଆଖି ଚାରିପାଖରେ ଗୋଲ ଗୋଳ କରି ବୁଲେଇ ଲଗାଇବା ଦ୍ବାରା ଆଖି ଚାରିପାଖ କଳା ପଡ଼ିବା ବି କମ୍ ହୋଇଥାଏ। ଏହାକୁ ଗାଧୋଇବା ବେଳେ ନାଭିରେ ଲଗାଇ ଗାଧୋଇଲେ ମୁଖମଣ୍ଡଳର ଔଜ୍ଜ୍ବଲ୍ୟ ବଢ଼େ।
More Stories
magic of sugarcane juice ଆଖୁରସର ଚମତ୍କାରୀତା
କାହିଁକି ଟ୍ରେଣ୍ଡରେ ଏହି ସବୁଡ ଚା
ଆପଣଙ୍କ ତ୍ବଚା ବିନା କାରଣରେ ମଳିନ ଦେଖାଯାଉଛି କି