ଚିଲିକାରେ ଭସାପୋଲ ସେବା ବନ୍ଦ ରହିଛି । ଗତ କିଛି ଦିନ ହେଲା ଗୋଟିଏ ଭସାପୋଲ ବନ୍ଦ ଥିବା ବେଳେ ଗୋଟିକରେ ସେବା ଚାଲିଥିଲା । କିନ୍ତୁ ଏବେ ଦୁଇଟିଯାକ ଭସାପୋଲ ବନ୍ଦ ହୋଇ ପଡ଼ିଛି । ଫଳରେ ଯାତ୍ରୀ ପରିବହନ ସେବା ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ଏବେ ଘରୋଇ ଡଙ୍ଗାରେ ଚାଲିଛି । ଦୀର୍ଘ ୪ ଦିନ ହେଲାଣି ଦୁଇଟି ଯାକ ଭସାପୋଲ ବନ୍ଦ ଯୋଗୁ ପୁରୀରୁ ବ୍ରହ୍ମପୁରକୁ ଯାଉଥିବା ଦୁଇଟି ଯାତ୍ରୀବାହୀ ବସ୍ ସେବା ବନ୍ଦ ପଡ଼ିଛି । ଅନ୍ୟପଟେ କୃଷ୍ଣପ୍ରସାଦ ବ୍ଳକ୍ରୁ ସାତପଡ଼ା ଘାଟକୁ ଯାତ୍ରୀ ପରିବହନ ମଧ୍ୟ ଘୋର ବାଧାପ୍ରାପ୍ତ ହୋଇଛି । ଚିଲିକାରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ବାରା ଚାଲିଥିବା ଏହି ଭସାପୋଲ ଚିଲିକା ମଧ୍ୟରେ ଥିବା ବହୁ ପଞ୍ଚାୟତବାସୀଙ୍କ ପାଇଁ ଦୀର୍ଘ ବର୍ଷ ଧରି ଜୀବନ ରେଖା ସାଜିଛି । କିନ୍ତୁ ଏବେ ଏହି ସେବା ବନ୍ଦ ହୋଇଯିବା ଫଳରେ ଯାତ୍ରୀ ଅନ୍ୟ ଉପାୟ ନପାଇ ଘରୋଇ ଡଙ୍ଗାରେ ବିପଜ୍ଜନକ ଭାବେ ଯାତାୟାତ କରୁଛନ୍ତି ।
“The eyes believe themselves, the ears believe other people.”
More Stories
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା
ସହର ଭିତରୁ ହଟିବ ଜେଲ୍, ନୂଆ ଜେଲରେ ରହିବେ କଏଦୀ
ଖୁବଶୀଘ୍ର ରାଜ୍ୟରେ କାର୍ଯ୍ୟକ୍ଷମ ହେବ 10ଟି ବଡ ଶିଳ୍ପ