The Topmost

“The eyes believe themselves, the ears believe other people.”

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସିପିଆଇର ଘୋର ନିନ୍ଦା

ପିଏଫ୍‌ଆଇ ନିଷିଦ୍ଧ ଘୋଷଣାକୁ ନକ୍ସଲଙ୍କ ବିରୋଧ । କେନ୍ଦ୍ର ସରକାର ପପୁଲାର ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ ସମେତ ୮ଟି ସଂସ୍ଥା ଉପରେ ପ୍ରତିବନ୍ଧ ଲଗାଇଛନ୍ତି । ତେବେ କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଘୋର ନିନ୍ଦା କରିଛି ସିପିଆଇ । ସଂଗଠନର କେନ୍ଦ୍ର କମିଟିର ମୁଖପାତ୍ର ଅଭୟଙ୍କ ପକ୍ଷରୁ ଜାରି ପ୍ରେସ୍‌ ବିବୃତିରେ କୁହାଯାଇଛି, କ୍ଷମତ‌ାରେ ଆସିବା ପରଠୁ ବିଜେପି ସରକାର ମୁସଲମାନଙ୍କୁ ଘୃଣା ଦୃଷ୍ଟିରେ ଦେଖୁଛନ୍ତି । ବ୍ରାହ୍ମଣୀୟ, ହିନ୍ଦୁତ୍ବ ଏବଂ ଫାଶୀବାଦକୁ ଯେଉଁମାନେ ବିରୋଧର କରୁଛନ୍ତି, ସେମାନଙ୍କୁ ଦମନ କରିବାକୁ ଚେଷ୍ଟା କରୁଛନ୍ତି । ଯାହାକୁ ନକ୍ସଲ ସଂଗଠନ ଆଦୌ ଗ୍ରହଣ କରିପାରୁ ନାହିଁ ଏବଂ ନିନ୍ଦା କରୁଥିବା ସେ କହିଛନ୍ତି । ସେହିପରି ଅନ୍ୟ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଦଣ୍ଡକାରଣ୍ୟ କମିଟି ତରଫରୁ ମୁଖପାତ୍ର ବିପ୍ଳବ କହିଛନ୍ତି ଯେ, କେନ୍ଦ୍ର ସରକାର ତୁରନ୍ତ ଚାଷୀଙ୍କ ଧାନକୁ କ୍ବିଣ୍ଟାଲ ପିଛା ୩୨ ଶହ ଟଙ୍କାରେ କିଣନ୍ତୁ । କେନ୍ଦ୍ର ସରକାର ଚାଷୀଙ୍କ ହିତ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି । ଏବେ ମଧ୍ୟ ଦେଶର ଚାଷୀ ଆତ୍ମହତ୍ୟା କରୁଛନ୍ତି । କେନ୍ଦ୍ର ସରକାର ଚାଷୀଙ୍କ ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଛନ୍ତି । ସରକାର ତୁରନ୍ତ ଏମ୍‌ଏସ୍‌ପି ଗ୍ୟାରେଣ୍ଟି ଆଇନ ଆଣନ୍ତୁ । ୨୦୨୦ ମସିହାରେ ଯେଉଁ ଚାଷୀ ବିରୋଧୀ ବିଦ୍ୟୁତ ବିଲ୍‌ ଆସିଥିଲା ତାକୁ ତୁରନ୍ତ ରଦ୍ଦ କରାଯାଉ ବୋଲି ଦାବି କରିଛନ୍ତି ।