The Topmost

“The eyes believe themselves, the ears believe other people.”

egwerh

Cow lady ruth placed in america

କାଓ ଲେଡି ରୁଥ୍‌
ଭାରତରେ ଗାଈକୁ ଗୋମାତା ରୂପେ ପୂଜା କରାଯାଇଥାଏ । ତେବେ ଜଣେ ଆମେରିକୀୟ ମହିଳା ଗାଈ ପ୍ରତି ଅହେତୁକ ଭଲପାଇବା ଦେଖାଇଛନ୍ତି । ମହିଳା ରୁଥ୍‌ କୋଲ୍‌ସନେର୍‌ ଏକ ସଂଗ୍ରହାଳୟ ନିର୍ମାଣ କରିଛନ୍ତି, ଯେଉଁଥିରେ ୧୯,୮୨୭ଟି ଗାଈ ଛବି ଥିବା ଏବଂ ଗାଈ ସମ୍ପର୍କିତ ସାମଗ୍ରୀ ରହିଛି । ଏହି ସଂଗ୍ରହାଳୟର ନାଁ ରହିଛି ମୋସେଅମ୍‌ । ସେ ଗାଈ ଛବି ଥାଇ ସାମଗ୍ରୀ ରଖିବାରେ ନିଜ ନାଁକୁ ଗିନିଜ୍‌ ରେର୍କଡରେ ମଧ୍ୟ ସାମିଲ କରିଛନ୍ତି । ଏହି ରେର୍କଡ ସେ ଏବେ ନୁହେଁ ୨୦୧୫ରେ ସେ ନିଜର ପ୍ରଥମ ଟାଇଟଲ୍‌ ହାସଲ କରିଥିଲେ । ସେହି ସମୟରେ ତାଙ୍କ ପାଖରେ ୧୫,୧୪୪ ପିସ୍‌ ରହିଥିଲା । ଏହି ସଂଗ୍ରହାଳୟରେ ଖେଳନା, ସ୍ନୋ ଗ୍ଲୋବ୍‌, ତକିଆ, ପୋଷାକ, ଚେସ୍‌ ସେଟ୍‌ ଆଦି ଅନେକ ସାମଗ୍ରୀ ରହିଛି, ଯେଉଁଥିରେ ଗାଈର ଛବି ରହିଛି । ତାଙ୍କର ଏହି ସଂଗ୍ରହାଳୟକୁ ପ୍ରତି ଖରାଦିନେ ଅନେକ ଲୋକ ବୁଲିବାକୁ ଆସନ୍ତି । ସେହିଭଳି ଏଠାରେ ଏକ ଓପନ୍‌ ହାଉସ୍‌ ମଧ୍ୟ ରହିଛି, ଯେଉଁଠି ଗାଈଙ୍କୁ ଭଲ ପାଉଥିବା ବ୍ୟକ୍ତି ମଜା ନେଇପାରିବେ । ସମସ୍ତେ ତାଙ୍କୁ କାଓ ଲେଡି ନାମରେ ଜାଣନ୍ତି ।

https://thetopmost.in/?p=1275

https://thetopmost.in/?p=1272

https://thetopmost.in/?p=1268

https://thetopmost.in/?p=1265