କେଜ୍ରିଓ୍ବାଲଙ୍କ ନାଁରେ ଜାରି ହେଲା ଓ୍ବାରେଣ୍ଟ । ଇଡି ଚାର୍ଜସିଟକୁ ନେଇ ଓ୍ବାରେଣ୍ଟ ଜାରି କଲା ଦିଲ୍ଲୀ କୋର୍ଟ ।
ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ନେତା ଅରବିନ୍ଦ କେଜ୍ରିଓ୍ବାଲଙ୍କ ବିରୋଧରେ ଇଡି ଦାଖଲ କରିଥିବା ଚାର୍ଜସିଟକୁ ଭିତ୍ତିକରି ମଙ୍ଗଳବାର ତାଙ୍କ ବିରୋଧରେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ପ୍ରଡକ୍ସନ ଓ୍ବାରେଣ୍ଟ ଜାରି କରିଛନ୍ତି।
ଏହା ସହିତ ଏହି ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଆସନ୍ତା ଜୁଲାଇ ୧୨ରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଇଡି ଦ୍ବାରା ଦାଖଲ କରାଯାଇଥିବା ଚାର୍ଜସିଟ୍ ଗ୍ରହଣ କରିବା ପରେ ସ୍ବତନ୍ତ୍ର ଜଜ୍ କାବେରୀ ବାଓ୍ବେଜାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କେଜ୍ରିଓ୍ବାଲ ଓ ଆମ୍ ଆଦମୀ ପାର୍ଟି ବା ଆପ୍ ବିରୋଧରେ ଏହି ଓ୍ବାରେଣ୍ଟ ଜାରି କରିଛନ୍ତି। ସେପଟେ ମେ ୧୭ରେ ଇଡି ପକ୍ଷରୁ ଦାଖଲ ହୋଇଥିବା ଚାର୍ଜସିଟରେ ବି ଆପ୍କୁ ଅଭିଯୁକ୍ତ ଦର୍ଶାଯାଇଛି ।
ସୂଚନାଯୋଗ୍ୟ, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗତ ମାର୍ଚ୍ଚ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗିରଫ କରିଥିଲା ଇଡି। ସେବେଠାରୁ ସେ ତିହାର ଜେଲରେ ରହିଛନ୍ତି।
More Stories
ଅଡୁଆରେ ସୁଲତା
କଣ ଏହି ୱାକଫ୍, କାହିଁକି ଧରିଛି ଚର୍ଚ୍ଚା
ଭିତରେ ଘମାଘୋଟ ଲଢେଇ ବାହାରେ ରଫା ଦଫା