ଆଜିଠୁ ଘରକୁ ଘର ବୁଲିବ କଂଗ୍ରେସ । ରାଜ୍ୟରେ ଶାସକ ବିଜେଡି ଏବଂ କେନ୍ଦ୍ରର ବିଜେପି ସରକାର କିପରି ବିକାଶରେ ବାଧକ ସାଜିଛନ୍ତି ତାହା ଲୋକଙ୍କ ପାଖରେ ପହଞ୍ଚାଇବ । ଏଥିପାଇଁ ଆଜିଠୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ପଦଯାତ୍ରା କରିବ । ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଦୁଇ ଦଶନ୍ଧୀ ଧରି ଓଡ଼ିଶାରେ ବିଜେଡି ଶାସନରେ ଥିଲେ ମଧ୍ୟ ରାଜ୍ୟର ସାମଗ୍ରିକ ସ୍ଥିତି ଅନ୍ତତ୍ୟ ଖରାପ ପରିସ୍ଥିତି ଦେଇ ଗତି କରୁଛି । ୨ ଲକ୍ଷ ନିଯୁକ୍ତି , କୃଷକଙ୍କ ଆୟ ଦିଗୁଣିତ, ମହିଳାଙ୍କ ସୁରକ୍ଷା, ୪୫ ପ୍ରତିଶତ ଜଳସେଚନ, ଗୁଣାତ୍ମକ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଆଦି ପ୍ରତିଶ୍ରୁତି ବିଫଳ ହୋଇଥିବା କହିଛି କଂଗ୍ରେସ ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ