ମହିଳା ଆରକ୍ଷଣ ବିଲ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ଉପରେ ଲୋକସଭାରେ ବିତର୍କ । ଏହି ସମୟରେ ସୋନିଆ ଗାନ୍ଧୀ ନିଜ ବକ୍ତବ୍ୟ ରଖି କହିଛନ୍ତି, କଂଗ୍ରେସ ମହିଳା ସଂରକ୍ଷଣ ବିଲକୁ ସମର୍ଥନ କରୁଛି । ପୂର୍ବରୁ ରାଜୀବ ଗାନ୍ଧୀ ଏହି ବିଲ୍ ଆଣିଥିଲେ । ଏହି ବିଲ୍ ଦ୍ୱାରା ରାଜୀବ ଗାନ୍ଧୀଙ୍କ ସ୍ୱପ୍ନ ପୂରଣ ହେବ । ୧୩ ବର୍ଷ ହେବ ମହିଳାମାନେ ଅପେକ୍ଷା କରି ରହିଛନ୍ତି । ବିଲରେ ଓବିସି, ଏସସି, ଏସଟିଙ୍କୁ ବି ସାମିଲ କରାଯାଉ । ହେଲେ ଏହା ଭିତରେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ ବି କରିଛନ୍ତି ସୋନିଆ । ସେ କହିଛନ୍ତି, ଏତେ ବର୍ଷ ଧରି ମହିଳାମାନେ ରାଜନୈତିକ ନେତୃତ୍ୱ ନେବାକୁ ଅପେକ୍ଷା କରି ରହିଛନ୍ତି । ଏବେ ସେମାନଙ୍କୁ ଆହୁରି କାହିଁକି ଅପେକ୍ଷା କରିବାକୁ ପଡିବ । ଯଦି ବିଲ ଆଣୁଛ ତାହାଲେ ତୁରନ୍ତ ଲାଗୁ କରିବାକୁ ଅପିଲ କରିଛନ୍ତି ସୋନିଆ । ସୂଚନା ଅନୁସାରେ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ଆଇନରେ ପରିଣତ ହେଲେ ବି ଏହା ତୁରନ୍ତ ଲାଗୁ ହେବ ନାହିଁ । ଆଗାମୀ ଜନଗଣନା ପରେ ୨୦୨୬ରୁ ଏହା ଲାଗୁ କରାଯାଇପାରେ ବୋଲି କୁହାଯାଉଛି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ