କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଲାଗି ରହିଥିବା ହଲଚଲ ଆଜି ଶେଷ ହେବାର ସମ୍ଭାବନା ରହିଛି । ଆଜି ହେଉଛି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ । ଏହାରି ଭିତରେ ୬ ଜଣ ନେତା ଏହି ଦୌଡ଼ରେ ସାମିଲ ହୋଇପାରନ୍ତି । ତାଲିକାର ଶୀର୍ଷରେ ଜି-୨୩ ଏବଂ ଗାନ୍ଧୀ ପରିବାରର ପ୍ରତିଦ୍ୱନ୍ଦ୍ୱୀ କୁହାଯାଉଥିବା ଶଶୀ ଥରୁର, ଦଳୀୟ ଅନୁଗତ ଦିଗବିଜୟ ସିଂ, ମଲ୍ଲିକାର୍ଜୁନ ଖଡଗେ ଏବଂ କୁମାରୀ ସେଲଜା ନାମାଙ୍କନ ଦାଖଲ କରିପାରନ୍ତି । ତେବେ ଏ ପ୍ରସଙ୍ଗରେ ଦଳର ମୁଖପାତ୍ର ପବନ ଖେରା କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି । ଗାନ୍ଧୀ ପରିବାର ପାଇଁ ସବୁଠାରୁ ଫିଟ୍ ପ୍ରାର୍ଥୀ କୁହାଯାଉଥିବା ଅଶୋକ ଗେହଲଟ୍ ଏହି ଦୌଡ଼ରୁ ବାଦ୍ ପଡ଼ିଛନ୍ତି । ଗେହଲଟଙ୍କ ସ୍ଥାନରେ ଦଳିତ ନେତା ମୁକୁଲ ୱାସନିକ ପ୍ରାର୍ଥୀ କରାଯିବା ନେଇ ଆଲୋଚନା ହେଉଛି । କିନ୍ତୁ ସେ ନାମାଙ୍କନ ଦାଖଲ କରିବେ ନା ନାହିଁ, ସେ ନେଇ ନିଷ୍ପତି ହୋଇନାହିଁ ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ