The Topmost

“The eyes believe themselves, the ears believe other people.”

ଆନ୍ଧ୍ରପ୍ରଦେଶରେ ଖଡଗେଙ୍କ ନିର୍ବାଚନୀ ପ୍ରତିଶ୍ରୁତି

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଆନ୍ଧ୍ରପ୍ରଦେଶ ଅନନ୍ତପୁରରେ ବିଶାଳ ଜନସଭା କରି ନିର୍ବାଚନୀ ପ୍ରତିଶ୍ରୁତି ଦେଇଛନ୍ତି, ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି । ସେ କହିଛନ୍ତି ଯେ, ଦଳ ସତ୍ତାକୁ ଆସିଲେ ଆନ୍ଧ୍ରର ଗରିବ ପରିବାରକୁ ପ୍ରତି ମାସରେ ୫୦୦୦ ଟଙ୍କାର ସହାୟତା ରାଶି ଦେବ । ଏହି ଯୋଜନାର ନାଁ ରଖାଯିବ ‘ଇନ୍ଦିରାମ୍ମା ୟୁନିଭର୍ସାଲ ବେସିକ ଇନକମ୍’ । ଏହି ଅର୍ଥ ସିଧା ହିତାଧିକାରୀ ମହିଳାଙ୍କ ଆକାଉଣ୍ଟକୁ ଯିବ । ଖଡଗେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି କଂଗ୍ରେସ ସତ୍ତାକୁ ଆସେ ତେବେ ଆନ୍ଧ୍ରପ୍ରଦେଶରେ କଡପ୍ପାରେ ଦୁଗାରାଜପଟନମ୍ ବନ୍ଦର ଓ ଏକ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେବ । ରାଜ୍ୟର ବିକାଶ ସୁନିଶ୍ଚିତ କରିବାକୁ ରାୟଲସୀମା ଓ ଉତ୍ତର ଆନ୍ଧ୍ର ପାଇଁ ବିଶେଷ ଅନୁଦାନ ପ୍ୟାକେଜ ଲାଗୁ କରିବ । ଖଡଗେ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି ଯେ, କଂଗ୍ରେସର ଗ୍ୟାରେଣ୍ଟି ବିଜେପିର ଗ୍ୟାରେଣ୍ଟି ଭଳି ନୁହେଁ । କଂଗ୍ରେସ ଯାହା କୁହେ ତାକୁ କାର୍ଯ୍ୟରେ ପରିଣତ କରେ । ବିଜେପି ୨ କୋଟି କର୍ମ ନିଯୁକ୍ତି ସହ ପ୍ରତି ଭାରତୀୟଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଜମା କରିବାର ପ୍ରତିୀଶ୍ରୁତି ଦେଇଥିଲା ଯାହା ଆଜିଯାଏଁ ପୂରଣ ହୋଇପାରିଲାନାହିଁ । ତେଣୁ ଭୋଟର କଂଗ୍ରେସକୁ ବିଚାର କରିବାକୁ ସେ ଅପିଲ କରିଛନ୍ତି । ଏହା ସହ ଆନ୍ଧ୍ରରେ ୱାଇଏସ ଶିର୍ମଲାଙ୍କୁ ସଶକ୍ତ କରବାକୁ ଅପିଲ କରିଛନ୍ତି ଖଡଗେ ।

SHARE BY