ଆଜିଠାରୁ ତେଲଙ୍ଗାନାରେ ଆରମ୍ଭ ହେବ କଂଗ୍ରେସର ପ୍ରଚାର ଅଭିଯାନ । ଯାହାକୁ ଶୁଭାରମ୍ଭ କରିବେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ । ଏହି ଅବସରରେ କଂଗ୍ରେସ ଏକ ବିଶାଳ ରାଲିର ଆୟୋଜିନ କରିବ । ମହାରାଲିରେ କଂଗ୍ରେସ ନିଜର ୫ ସୂତ୍ରୀ ଗ୍ୟାରେଣ୍ଟି ଘୋଷଣା କରିବ । ‘ବିଜୟ ଭେରୀ’ ନାମରେ ନାମିତ ଏହି ରାଲିରେ କଂଗ୍ରେସ ଆସନ୍ତା ନିର୍ବାଚନ ଲାଗି ବିଭିନ୍ନ ପ୍ରତିଶ୍ରୁତି ରଖିବ । ଏହାସହ ବିଭିନ୍ନ ମନ୍ଦ ପ୍ରଭାବରୁ ରାଜ୍ୟକୁ ମୁକ୍ତ କରିବା ଲାଗି ଭୂମିପୂଜା ହେବ ବୋଲି ଦଳ କହିଛି । ତେଲଙ୍ଗାନା ପିସିସି ସଭାପତି ରେବନ୍ତ ରେଡ୍ଡୀ କହିଛନ୍ତି- ଚଳିତବର୍ଷ ଶେଷ ବେଳକୁ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ଏଥିଲାଗି ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେଉଛି । ତେଲଙ୍ଗାନାରେ ଶାସକ ବିଆରଏସ ଇତିମଧ୍ୟରେ ମୋଟ ୧୧୯ ଆସନରୁ ୧୧୫ ଆସନ ଲାଗି ପ୍ରାର୍ଥୀ ଘୋଷଣା କରି ସାରିଛି ।
“The eyes believe themselves, the ears believe other people.”
More Stories
କଳାହାଣ୍ଡି ଗସ୍ତରେ ମୁଖ୍ୟମନ୍ତ୍ରୀ, ଲାଗିଛି ବ୍ୟାପକ ପ୍ରସ୍ତୁତି
କଥା ରଖିଲେ ମୋହନ, ଶ୍ରୀମନ୍ଦିରକୁ 500 କୋଟିର କର୍ପସ ପାଣ୍ଠି ମଞ୍ଜୁର
ସବୁଠୁ ବଡ ସମସ୍ୟା ମହିଳାଙ୍କ ସୁରକ୍ଷା- ସୁପ୍ରିୟା ଶ୍ରୀନେତ