କଂଗ୍ରେସର ଭାରତ ଯୋଡ ଯାତ୍ରାବେଳେ ଅଘଟଣ । କର୍ଣ୍ଣାଟକର ବେଲ୍ଲାରୀରେ ରାହୁଲ ଗାନ୍ଧୀଙ୍କର ‘ଭାରତ ଯୋଡୋ ଯାତ୍ରା’ ଚାଲିଥିବାବେଳେ ଅଘଟଣ ଘଟିଛି । ଏହି ଯାତ୍ରାରେ ସାମିଲ ହୋଇଥିବା ୪ ଜଣ କର୍ମୀଙ୍କୁ ବିଦ୍ୟୁତ ଆଘାତ ଲାଗିଥିବାରୁ ସେମାନଙ୍କୁ ସଂଜ୍ଞାହୀନ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ, ରାହୁଲ ଗାନ୍ଧୀଙ୍କ ପଦଯାତ୍ରାରେ ସାମିଲ କର୍ମୀମାନେ ଦଳୀୟ ପତାକାରେ ଲାଗିଥିବା ଲୁହା ଛଡକୁ ଧରିଥିଲେ । ତେଣୁ କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସେମାନଙ୍କ ମଧ୍ୟରୁ ୪ଜଣଙ୍କୁ ବିଦ୍ୟୁତ୍ କରେଣ୍ଟ ଲାଗିଥିଲା । ଫଳରେ ସେମାନେ ସଂଜ୍ଞାହୀନ ହୋଇପଡିଥିଲେ । ତେବେ ସେମାନଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇ ଚିକିତ୍ସା ଚାଲିଥିବା କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା କହିଛନ୍ତି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍