ଯଦି ଆପଣଙ୍କୁ ବାରମ୍ବାର ଥକ୍କାପଣ, ମୁଣ୍ଡ ବୁଲାଇବା, ଓଜନ ବଢିବା ଏବଂ ମାଂସପେଶୀ ଦୁର୍ବଳ ଲାଗିବା ଭଳି ସମସ୍ୟାର ଉପୁଜୁଛି ତେବେ ଆପଣ ଥାଇରଏଡ୍ ଥାଇପାରେ ବୋଲି ଧରିନିଅନ୍ତୁ। ଏଭଳି ସମୟରେ ଫାଇବର୍ (ତନ୍ତୁ) ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଏହି ରୋଗରୁ ମୁକ୍ତି ମିଳିପାରିବ। ଥାଇରଏଡ୍ ଭଳି ସମସ୍ୟାକୁ ନିଜଠାରୁ ଦୂରେଇବା ପାଇଁ କିଛିଟା ନିର୍ଦ୍ଦିଷ୍ଟ ଖାଦ୍ୟ ଖାଇବା ଜରୁରୀ।
କଖାରୁ ମଞ୍ଜି ଜିଙ୍କର ଏକ ସମୃଦ୍ଧ ଉତ୍ସ। ଏହା ଖାଇବା ଦ୍ବାରା ଥାଇରଏଡ୍ ହରମୋନ୍ ନିୟନ୍ତ୍ରିତ ହୋଇଥାଏ। ଥାଇରଏଡ୍ ହରମୋନ୍ ପାଇଁ ଆଉ ଏକ ଭଲ ଖାଦ୍ୟ ହେଉଛି ଭ୍ରୁଷଙ୍ଗ ପତ୍ର। ଡାଳିମ୍ବ ମଧ୍ୟ ଏ ଦୃଷ୍ଟିରୁ ଖୁବ୍ ଉପାଦେୟ।।
ଗାଜରରେ ଆଣ୍ଟିଅକ୍ସିଡେଣ୍ଟସ୍ ଏବଂ ବିଟା କେରୋଟିନ୍ ତତ୍ତ୍ୱ ଥାଏ, ଯାହା ଥାଇରଏଡ୍ର ହାମୋର୍ସକୁ ନିୟନ୍ତ୍ରିତ କରିଥାଏ। ତେଣୁ ପ୍ରତିଦିନ ଗୋଟିଏ ଲେଖାଁଏ ଗାଜର ଖାଇଲେ ଥାଇରଏଡ୍ରୁ ମୁକ୍ତି ମିଳିବ। ଏଥିରେ ଆଇରନ୍ ଏବଂ ଫାଇବର ଅଧିକ ଥିବାରୁ ଥାଇରଏଡ୍ ପାଇଁ ବହୁତ ଭଲ ହୋଇଥାଏ। ଯଦି ଆପଣ ୨୦ ଦିନ ଲଗାତାର ଗାଜର ଖାଇବେ ତେବେ ଆପଣଙ୍କ ଥାଇରଏଡ୍ ସମସ୍ୟା କମିଯିବ।
ସେଓରେ ମଧ୍ୟ ପେକ୍ଟିନ୍ ଏବଂ ଫାଇବର୍ ଥାଏ, ଯାହା ଶରୀରର ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସଫଳ ହୋଇଥାଏ। ଦିନରେ ଗୋଟିଏ ବିଟ୍ ମଧ୍ୟ ଖାଇବାକୁ ଚେଷ୍ଟା କରନ୍ତୁ। ଏଥିରେ ଥାଇରଏଡ୍ କମ୍ କରିବାର ତତ୍ତ୍ୱ ଥାଏ। ଏଥିରେ ଇମ୍ୟୁନ୍ ସିଷ୍ଟମ୍ ଶକ୍ତ ହୋଇଥାଏ ଏବଂ ଥାଇରଏଡ୍ ହରମୋନ୍ ନିୟନ୍ତ୍ରିତ ହୋଇଥାଏ।
ଯେଉଁ ଲୋକଙ୍କ ଠାରେ ଥାଇରଏଡ୍ ଭଳି ସମସ୍ୟା ଦେଖାଯାଏ ସେମାନେ ଆଖୁ ଖାଆନ୍ତୁ ନାହିଁ। ଥଣ୍ଡାପାନୀୟ, ଦହି, ଚକଲେଟ୍, କୁକିଜ୍, ପେଷ୍ଟ୍ରି ଆଦିର ସେବନ କରନ୍ତୁ ନାହିଁ। ଏହାଛଡ଼ା ଅଧିକ ଲୁଣ ଖାଇବା ଦ୍ୱାରା ମଧ୍ୟ ଥାଇରଏଡ୍ ଅଧିକ ବଢିଥାଏ। ଯଦି ଆପଣ ପୂର୍ବରୁ ଏହି ରୋଗରେ ପୀଡିତ ଅଛନ୍ତି ତେବେ ମିଠା, ଲୁଣି, ରାଗ ଅଧିକ ଖାଆନ୍ତୁ ନାହିଁ।
More Stories
ଭୁଲରେ ବି ପିଅନ୍ତୁନି ଚା ସହ ପ୍ରୋଟିନ୍ ଯୁକ୍ତ ଖାଦ୍ୟ
ଅନିଦ୍ରାପଣକୁ ଦୂର କରିଥାଏ ଏହି ପାନୀୟ
ହୃଦରୋଗ ଆଶଙ୍କା ଥିଲେ ଏଡାଇଦେବ ଏହି ପରିବା