କ୍ରିକେଟ୍ ତାରକାଙ୍କ ଉପରେ ଅଭିଯୋଗ, ମୋ ପୁଅର ଭବିଷ୍ୟତ..

ଭାରତୀୟ ଉଇକେଟ୍ କିପର- ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନଙ୍କ ବିସ୍ଫୋରକ ପ୍ରଦର୍ଶନ ଯୋଗୁ ଟିମ ଇଣ୍ଡିଆ ପ୍ରଥମ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୬୧ ରନ୍ରେ ପରାସ୍ତ କରିପାରିଛି।

ଏଭଳି ସମୟରେ କ୍ରିକେଟର ସଞ୍ଜୁ ସାମ୍ସନଙ୍କ ବାପା ସାମ୍ସନ ବିଶ୍ୱନାଥଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ କ୍ରିକେଟରଙ୍କ ବାପା ଭାରତୀୟ ଷ୍ଟାର କ୍ରିକେଟର ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ, ବିରାଟ କୋହଲି, ରୋହିତ ଶର୍ମା ଓ ରାହୁଲ ଦ୍ରାବିଡ଼ଙ୍କ ବିରୋଧରେ ଅଭିଯୋଗ ଆଣି କହିଛନ୍ତି, ‘ଏମାନେ ସମସ୍ତେ ମୋ ପୁଅର ୧୦ ବର୍ଷ ବର୍ବାଦ କରିଦେଇଛନ୍ତି ।

ଚଳିତ ବର୍ଷ ଖେଳା ଯାଇଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଭାରତୀୟ ଦଳର ସଞ୍ଜୁ ସଦସ୍ୟ ଥିଲେ। ଏଥିରେ ଭାରତ ଚାମ୍ପିୟନ ହୋଇଥିଲେ ହେଁ ସଞ୍ଜୁ ସାମସନଙ୍କୁ ଗୋଟିଏ ବି ମ୍ୟାଚ୍ ଖେଳିବାକୁ ସୁଯୋଗ ଦିଆ ଯାଇ ନଥିଲା। କେବଳ ଏତିକି ନୁହେଁ ଟି-ଟ୍ୱେଣ୍ଟି ବିଶ୍ୱକପ୍ ପରେ ଭାରତ ଶ୍ରୀଲଙ୍କା ଗସ୍ତରେ ଯାଇଥିଲେ ମଧ୍ୟ ସଞ୍ଜୁ ସାମସନଙ୍କୁ ଅଣଦେଖା କରାଯାଇଥିଲା।

ଏପରି କାହିଁକି କରାଯାଇଥିଲା ତାହା ମୁଁ ଆଜି ପର୍ଯ୍ୟନ୍ତ ବୁଝି ପାରି ନାହିଁ। କିନ୍ତୁ କୁହାଯାଉଛି ଯେ ୱାର୍ମ ଅପ୍ ମ୍ୟାଚ୍ଗୁଡ଼ିକରେ ଭଲ ପ୍ରଦର୍ଶନ ନ କରିବାରୁ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇ ନଥିଲା।

https://twitter.com/wordofshekhawat/status/1856214235535032598?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1856239645211697554%7Ctwgr%5E494f9b89b53df14ed4ab52967f444a5fe7dc1b6e%7Ctwcon%5Es2_&ref_url=https%3A%2F%2Fm.dailyhunt.in%2Fnews%2Findia%2Fenglish%2Fforyou%3Flaunch%3Dtruemode%3Dpwa

ଅନେକ ବର୍ଷ ସଂଘର୍ଷ କରିବା ପରେ ଭାରତର ଟି-ଟ୍ୱେଣ୍ଟି ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ଓ ନୂଆ କୋଚ୍ ଗୌତମ ଗମ୍ଭୀର ସଞ୍ଜୁଙ୍କ ଉପରେ ଭରସା ଦେଖାଇଥିଲେ। ଯାହାର ଫଳସ୍ୱରୂପ ସଞ୍ଜୁ ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଲଗାତାର ଦୁଇଟି ଶତକ ମାରି ରେକର୍ଡ ସୃଷ୍ଟି କରିଛନ୍ତି।

SHARE BY