The Topmost

“The eyes believe themselves, the ears believe other people.”

ଚୀନରେ କମ୍ୟୁନିଷ୍ଟ ପାର୍ଟିର ବଡ଼ ବୈଠକ

ବିରୋଧ ଭିତରେ ଚୀନରେ କମ୍ୟୁନିଷ୍ଟ ପାର୍ଟିର ବଡ଼ ବୈଠକ । ଏହି ବୈଠକରେ ୩ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯିବାର ସୂଚନା ରହିଛି, ଯାହା ଉପରେ ରହିଛି ସମସ୍ତଙ୍କ ନଜର । ଅନ୍ୟପଟେ ରାଷ୍ଟ୍ରପତି ସି ଜିନପିଙ୍ଗ ତୃତୀୟ ଥର ପାଇଁ ଚୀନର ରାଷ୍ଟ୍ରପତି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ରାଜଧାନୀ ବେଜିଂରେ ଆରମ୍ଭ ହୋଇଛି ଚିନ କମ୍ୟୁନିଷ୍ଟ ପାର୍ଟିର ୨୦ତମ ଜାତୀୟ କଂଗ୍ରେସ । ଏହା ୭ଦିନ ପର୍ଯ୍ୟନ୍ତ ଅର୍ଥାତ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଚୀନରେ ହେବାକୁ ଥିବା ନିର୍ବାଚନ ଓ ଏହା ପାଇଁ ଜିନପିଙ୍ଗଙ୍କୁ ପୂର୍ଣ୍ଣ ସମର୍ଥନ ଦେବାକୁ ପ୍ରସ୍ତୁତ ହେଉଛି କମ୍ୟୁନିଷ୍ଟ ପାର୍ଟି । ନିର୍ବାଚନ ପୂର୍ବରୁ ୨୦ତମ କଂଗ୍ରେସ ମହାଅଧିବେଶନ ଆରମ୍ଭ ହୋଇଛି । ୨ହଜାର ୨୯୬ ନିର୍ବାଚିତ ପ୍ରତିନିଧି ବୈଠକରେ ସାମିଲ ହେବେ । ଏହି ସମ୍ମିଳନୀରେ ଚୀନର ନୂଆ ନେତାମାନଙ୍କ ସର୍ମ୍ପକରେ ଘୋଷଣା କରାଯିବାର ସୂଚନା ରହିଛି ।