ଆଜିକାଲି ଅକାଳ ବିୟୋଗର ଢେର୍ ଅଧିକ ବଢ଼ିଯାଇଛି। ସ୍ବଭାବିକ ମୃତ୍ୟୁ, କମ୍ ଅସୁସ୍ଥତା ହେତୁ ମୃତ୍ୟୁ ଅଧିକ ହେଉଛି। ବିଶେଷ କରି ହୃଦ୍ରୋଗରେ ଅନେକ ଲୋକ ପ୍ରାଣ ହରାଉଛନ୍ତି।
ବୟସ ପୂର୍ବରୁ ଅନେକ ଲୋକ ଯେଉଁ ରୋଗ ହେତୁ ଶେଷ ନିଶ୍ୱାସ ତ୍ୟାଗ କରି ଦେଉଛନ୍ତି ତାହା ହେଉଛି ହୃଦ୍ରୋଗ। ଏହି ରୋଗ ସମୟକ୍ରମେ ବଢ଼ିବାରେ ଲାଗିଛି। ଜଣେ ପରେ ଜଣେ ବ୍ୟକ୍ତି ଏହି ରୋଗ ପାଇଁ ପ୍ରାଣ ହରାଇ ଚାଲିଛନ୍ତି। ବହୁ ଜଣାଶୁଣା ବ୍ୟକ୍ତିଙ୍କର ମଧ୍ୟ ଏହି ରୋଗରେ ମୃତ୍ୟୁ ଘଟୁଛି।
ତେବେ, ଆଣପ ଜାଣନ୍ତି କି କ’ଣ ପାଇଁ ଏହା ଉପୁଜେ? ଜାଣିରଖନ୍ତୁ ଯେ ରକ୍ତରେ ମାତ୍ରାଧିକ ଶର୍କରା ପରିମାଣ ହିଁ ହୃଦ୍ରୋର କାରଣ ହୋଇଥାଏ। ରକ୍ତରେ ଶର୍କରାର ପରିମାଣ ଯେତେ ଅଧିକ ରହିବ ହୃଦ୍ଘାତର ଆଶଙ୍କା ସେତେ ଅଧିକ ରହିଛି। ବିଶେଷ କରି ଟାଇପ୍୨ ମଧୁମେହ ରୋଗୀଙ୍କ କ୍ଷେତ୍ରରେ ଅଧିକ ପରିମାଣର ହୃଦ୍ରୋଗ ଆଶଙ୍କା ରହିଛି।
ତେବେ, ରକ୍ତରେ ଶର୍କରା ପରମାଣକୁ ଆୟତ୍ତରେ ରଖିପାରିଲେ ହୃଦ୍ରୋଗର ଆଶଙ୍କା କମ୍ ହୋଇଥାଏ। ଏହା ବ୍ୟତୀତ ହୃଦ୍ରୋଗର ଅନ୍ୟାନ୍ୟ କାରଣ ସବୁ ବି ରହିଛି। ମୋଟାପଣ, ନିଦ ନହେବା ଓ ଚିନ୍ତା ଆଦି ହୃଦ୍ରୋଗରେ ଅନ୍ୟାନ୍ୟ ପ୍ରମୁଖ କାରଣ।
ନିଜେ ଚାହିଁଲେ ଆମେ ଏ ରୋଗରୁ ନିଜକୁ ମୁକ୍ତ କରିପାରିବା। ନିୟମିତ ବ୍ୟାୟାମ, ସୁସ୍ଥକର ଖାଦ୍ୟ ଓ ପାନୀୟ ଏହି ରୋଗ ସହି ଲଢ଼ିବାକୁ ଶରୀରକୁ ଯଥେଷ୍ଟ ଶକ୍ତି ଦେଇଥାଏ। ଦୈନନ୍ଦିନ ଜୀବନରେ ଖାଦ୍ୟପେୟ ସହ ବ୍ୟାୟାମ ଓ ଧ୍ୟାନ ପ୍ରତି ଗୁରତ୍ବ ଦେଲେ ଆମେ ଏ ସମସ୍ୟାରୁ ମୁକ୍ତି ପାଇପାରିବା।
More Stories
ଭୁଲରେ ବି ପିଅନ୍ତୁନି ଚା ସହ ପ୍ରୋଟିନ୍ ଯୁକ୍ତ ଖାଦ୍ୟ
ଅନିଦ୍ରାପଣକୁ ଦୂର କରିଥାଏ ଏହି ପାନୀୟ
ହୃଦରୋଗ ଆଶଙ୍କା ଥିଲେ ଏଡାଇଦେବ ଏହି ପରିବା