ପୁଣି ବିହାରରେ ପିକେ ଓ ନୀତିଶ କୁମାରଙ୍କ ବୟାନବାଜି । ବିହାରରେ ଏବେ ନୀତିଶ କୁମାରଙ୍କୁ ଗୋଟିଏ ପଟେ ବିଜେପି ଟାର୍ଗେଟ୍ କରୁଛି ତ ଅନ୍ୟପଟେ ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର ବା ପିକେ ଟାର୍ଗେଟ୍ କରୁଛନ୍ତି । ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଜାରି ରହିଛି । କିଛି ଦିନ ପୂର୍ବରୁ ଚର୍ଚ୍ଚା ହୋଇଥିଲା ପ୍ରଶାନ୍ତ କୁମାରଙ୍କୁ ସାକ୍ଷାତ କରି ତାଙ୍କୁ କୁଆଡେ ପଦବୀ ଲୋଭ ଦେଖାଇଛନ୍ତି ନୀତିଶ କୁମାର । ଏହି ଖବର ଏବେ ବିହାର ରାଜନୀତିରେ ଚର୍ଚ୍ଚାର ଶିରୋନାମା ପାଲଟିଥିବାବେଳେ ଏବେ ମୁହଁ ଖୋଲିଛନ୍ତି ନୀତିଶ କୁମାର । ବିହାର ମୁଖ୍ୟମନ୍ତ୍ରୀ କହିଛନ୍ତି କି ପ୍ରଶାନ୍ତ କିଶୋରଙ୍କ କଥାକୁ ବିଶ୍ୱାସ କରନ୍ତୁ ନାହିଁ । ସେ କିଛି ବି କୁହନ୍ତି । ସେ ପ୍ରଶାନ୍ତଙ୍କୁ କୌଣସି ଅଫର ଦେଇ ନାହାଁନ୍ତି । ନୀତିଶ ଏକଥା କହିଛନ୍ତି ୫ବର୍ଷ ପୂର୍ବରୁ କଂଗ୍ରେସ ସହ ଜେଡିୟୁକୁ ମିଶାଇବା କଥା କହିଥିଲେ ପ୍ରଶାନ୍ତ । ଏବେ ସେ ବିଜେପି ସହ ହାତ ମିଶାଇ ଏଭଳି ମିଛ ଦାବି କରୁଛନ୍ତି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ