ପ୍ରାୟତଃ ସକାଳୁ ଉଠିବା ମାତ୍ରେ ଅନେକ ଲୋକ ଚର୍ମ ଶୁଷ୍କ ଦେଖାଯିବା ଅନୁଭବ କରିଥାନ୍ତି। ଚେହେରା ଶୁଖିଲା ଦିଶିଲେ ଅଧା ସୌନ୍ଦର୍ଯ୍ୟ କମିଯାଏ। ଯଦି ଆପଣଙ୍କର ସମାନ ସମସ୍ୟା ଅଛି ତାହେଲେ ଏଠାରେ ଉଲ୍ଲେଖ କରାଯାଇଥିବା ତେଲ ଆପଣଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ପ୍ରମାଣିତ ହେବ।
ରାତିରେ ଏହି ତେଲକୁ ମୁହଁରେ ଲଗାଇଲେ ତ୍ୱଚା କୋମଳ ହେବା ସହ ଚମକପ୍ରଦ ଦିଶିଥାଏ। ଆମେ ଆପଣଙ୍କୁ କୌଣସି ଦାମୀ ନୁହେଁ, ବରଂ ସମସ୍ତେ ବ୍ୟବହାର କରି ପାରୁଥିବା ଭଳି ନଡ଼ିଆ ତେଲ ବିଷୟରେ କହୁଛୁ।
ନଡିଆ ତେଲ ଚର୍ମ ପାଇଁ ଔଷଧ ପରି କାମ କରେ। ଏହାର ଉପକାର ବିଶେଷ କରି ଶୁଖିଲା ଚର୍ମରେ ଦେଖାଯାଏ। ନଡ଼ିଆ ତେଲ କେଉଁ ଉପାୟରେ ଚର୍ମ ପାଇଁ ଲାଭଦାୟକ ଏବଂ ଏହାକୁ କିପରି ଚେହେରାରେ ଲଗାଯାଏ ଚାଲନ୍ତୁ ସେ ବିଷୟରେ ଜାଣିବା।
ନଡିଆ ତେଲ ଆୟୁର୍ବେଦିକ ଗୁଣରେ ପରିପୂର୍ଣ୍ଣ। ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ମଧ୍ୟ ଥାଏ, ଯାହା ଚର୍ମ ପାଇଁ ଖୁବ୍ ଭଲ। ନଡିଆ ତେଲର ଆରୋଗ୍ୟ ଗୁଣ ଚର୍ମର ରୁକ୍ଷପଣକୁ ଦୂର କରିଥାଏ। ଏହାର ଆଣ୍ଟି-ଇନ୍ଫ୍ଲାମେଟୋରି ଗୁଣ ଚର୍ମ ପାଇଁ ଲାଭଦାୟକ ଏବଂ ନଡିଆ ତେଲ ମଧ୍ୟ ଚର୍ମକୁ ଜଳ ଯୋଗାଇଥାଏ। ତ୍ବଚା ଉପରେ ନଡ଼ିଆ ତେଲ ବିଭିନ୍ନ ଉପାୟରେ ପ୍ରୟୋଗ କରାଯାଏ, କିନ୍ତୁ ଯଦି ଆପଣ ରାତିରେ ଏହାକୁ ପ୍ରୟୋଗ କରି ଶୋଇବେ ତେବେ ଚର୍ମରେ ଅନେକ ଲାଭ ଦେଖିବାକୁ ମିଳିବ।
ନଡିଆ ତେଲର ରହିଛି ଆଣ୍ଟି-ଏଜିଙ୍ଗ୍ ଗୁଣ। ଯେଉଁମାନଙ୍କ ଚର୍ମ ବୟସ ଆଗରୁ ଲୋଚାକୋଚା ହୋଇଯାଏ, ସେମାନେ ଏହାକୁ ବ୍ୟବହାର କରିପାରିବେ। ଅତ୍ୟଧିକ ତେଲିଆ ତ୍ବଚାଯୁକ୍ତ ବ୍ୟକ୍ତି ଏହାକୁ ବ୍ୟବହାର କରିବାଠାରୁ ଦୂରେଇ ରହିବା ଉଚିତ।
More Stories
ଭୃସଙ୍ଗ ପତ୍ରର ନ୍ୟୁଟ୍ରିସନକୁ ସରି ହେବନି ମହଙ୍ଗା ଔଷଧ
ଗର୍ଭାବସ୍ଥାରେ କେଉଁ ଧାତୁର ପ୍ରଭାବ କିପରି ହୋଇଥାଏ
magic of sugarcane juice ଆଖୁରସର ଚମତ୍କାରୀତା