The Topmost

“The eyes believe themselves, the ears believe other people.”

୨୧ଟି ଦେଶରେ ୩୦ଟି ଥାନା ଖୋଲିଛି ଚୀନ୍‌: ଫୁଜୁ ‌ପୋଲିସ

ବିଭିନ୍ନ ଦେଶରେ ବେଆଇନ ଥାନା ଖୋଲୁଛି ଚୀନ୍ । ବିଶ୍ବର ସୁପରପାୱାର ହେବା ଲକ୍ଷ୍ୟରେ ଚୀନ୍ ସରକାର କାନାଡ଼ା ଓ ଆୟର୍ଲାଣ୍ଡ ପରି ବିକଶିତ ଦେଶ ସମେତ ବିଭିନ୍ନ ଦେଶରେ ଅନେକ ବେଆଇନ ଥାନା ଖୋଲିଛନ୍ତି । ଯାହାକୁ ନେଇ ଅନେକ ମାନବାଧିକାର ଗୋଷ୍ଠୀ ଚିନ୍ତା ପ୍ରକଟ କରିଛନ୍ତି । ଏପରି ଅଣ-ଆନୁଷ୍ଠାନିକ ପୁଲିସ ସେବା କେନ୍ଦ୍ରଗୁଡ଼ିକ କାନାଡ଼ାରେ ପବ୍ଲିକ୍ ସିକ୍ୟୁରିଟି ବ୍ୟୁରୋ ସହ ଅନୁବନ୍ଧିତ ଏବଂ ଏଗୁଡ଼ିକ ଚୀନ୍ ବିରୋଧୀ ତତ୍ତ୍ବଗୁଡ଼ିକୁ ଦମନ କରିବା ପାଇଁ ଉଦ୍ଦିଷ୍ଟ ବୋଲି ଆଇଜେଆର୍ ପ୍ରକାଶ କରିଛି । ଏକ ସ୍ଥାନୀୟ ମିଡ଼ିଆ ରିପୋର୍ଟ ଅନୁସାରେ, ଚୀନ୍‌ର ଫୁଜିଆନ ପ୍ରଦେଶର ରାଜଧାନୀ ଫୁଜୁ ପକ୍ଷରୁ ପିଏସ୍‌ବିର ସହବନ୍ଧନରେ କାନା‌ଡ଼ାରେ ଅନେକ ଥାନା ପ୍ରତିଷ୍ଠା କରାଯାଇଛି। ଏହିସବୁ ଥାନା ଜରିଆରେ ଚୀନ୍ ସରକାର କେତେକ ଦେଶରେ ନିର୍ବାଚନକୁ ମଧ୍ୟ ପ୍ରଭାବିତ କରନ୍ତି । ଫୁଜୁ ‌ପୋଲିସର କହିବା ଅନୁସାରେ ୨୧ଟି ଦେଶରେ ଏହା ପ୍ରାୟ ୩୦ଟି ଥାନା ଖୋଲିଛି । ୟୁକ୍ରେନ୍, ଫ୍ରାନ୍ସ, ସ୍ପେନ, ଜର୍ମାନୀ ଓ ଇଂଲଣ୍ଡ ପରି ଦେଶରେ ଏପରି ଚାଇନିଜ୍ ଥାନା ପାଇଁ ବ୍ୟବସ୍ଥା ରହିଛି । ଅନ୍ୟପକ୍ଷରେ ଚୀନ୍ ସଫେଇ ଦେଇଛି ଯେ ଏହି ଥାନା ଗୁଡ଼ିକ ହେଉଛି ‘ଭୋକେସନାଲ ସ୍କିଲ୍‌ସ ଟ୍ରେନିଂ ସେଣ୍ଟର’ ଏବଂ ଏଗୁଡ଼ିକ ଉଗ୍ରବାଦ ବିରୋଧରେ ଲଢ଼ିବା ସହ ଲୋକଙ୍କ ଜୀବନଜୀବିକାରେ ଉନ୍ନତି ଆଣିଥାଏ ।

SHARE BY