The Topmost

“The eyes believe themselves, the ears believe other people.”

ଆଜି ଶପଥ ନେବେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଅନୀଲ ଚୌହ୍ୱାନ

ଆଜି ଶପଥ ନେବେ ନୂଆ ସିଡିଏସ । ବିପିନ ରାୱତଙ୍କ ମୃତ୍ୟୁ ପରେ ଏହି ପଦବୀ ଖାଲି ପଡ଼ିଥିଲା । ତେବେ ନୂଆ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଭାବେ ନିଯୁକ୍ତ ହୋଇଥିବା ଅବସରପ୍ରାପ୍ତ ଲେଫ୍ଟେନାଣ୍ଟ ଜେନେରାଲ ଅନୀଲ ଚୌହ୍ୱାନ ଆଜି ଶପଥ ନେବେ । ତିନିଟି ଷ୍ଟାର ସହ ଲେଫ୍ଟେନାଣ୍ଟ ଜେନେରାଲ ଭାବେ ଅବସର ନେଇଥିବା ଚୌହ୍ୱାନ ଆଜି ୪ ଟି ଷ୍ଟାର ସହ ସିଡିଏସ୍ ନିଯୁକ୍ତ ହେବେ । ସେ ୧୯୬୧ ମସିହା ମେ ୧୮ ତାରିଖରେ ସେ କୋଲକାତାରେ ଜନ୍ମ ଗ୍ରହଣ କରିଥିଲେ । ସେ ପ୍ରଥମେ ୧୯୮୧ରେ ୧୧ ଗୋର୍ଖା ରାଇଫଲରେ ଯୋଗ ଦେଇଥିଲେ । ତେବେ ସେନାରେ ତାଙ୍କର ୪୦ ବର୍ଷର ଲମ୍ବା କ୍ୟାରିୟର ରହିଛି । ଗତ ୨୦୨୧ ମେ ମାସରେ ଲେଫ୍ଟେନାଣ୍ଟ ଜେନେରାଲ ଅନୀଲ ଚୌହ୍ୱାନ ପୂର୍ବ ଆର୍ମିର କମାଣ୍ଡର ଥିବା ବେଳେ ଅବସର ନେଇଥିଲେ । ଆଙ୍ଗୋଲାରେ ହୋଇଥିବା ଜାତିସଂଘ ମିଶନରେ ମଧ୍ୟ ସେ ଅଂଶ ଗ୍ରହଣ କରିଥିଲେ । ଶପଥ ନେବା ପରେ ଲେଫ୍ଟେନାଣ୍ଟ ଜେନେରାଲ ଅନିଲ ଚୌହ୍ୱାନ ହେବେ ଦେଶର ଦ୍ୱିତୀୟ ସିଡିଏସ୍ ।

SHARE BY