ଓଡିଶାରୁ ଚାରିଧାମକୁ ଗଡିବ ତୀର୍ଥଯାତ୍ରୀ ବସ । ରିହାତି ଦରରେ ତୀର୍ଥକ୍ଷେତ୍ରରେ ବୁଲିବେ ଶ୍ରଦ୍ଧାଳୁ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା । ମନ୍ତ୍ରୀ କହିଛନ୍ତି, ଏଥିପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇସାରିଛନ୍ତି । ଆବଶ୍ୟକ ଅନୁଯାୟୀ ସ୍ୱତନ୍ତ୍ର ଭଲବୋ ବସ ମଧ୍ୟ ଆସି ସାରିଛି। ଏଥାପାଇଁ ପରମିସନ ଓ ରୁଟ ବି ପ୍ରସ୍ତୁତ ହୋଇସାରିଛି।
ନୂଆ ବର୍ଷ ପୂର୍ବରୁ ଏହି ବସ୍ ପ୍ରଚଳନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।ଆହୁରି କହିଛନ୍ତି ,ଆମ ରାଜ୍ୟରୁ ଅଯୋଧ୍ୟ , ତିରୁପତିକୁ କିଭଳି ବସ ଗଡିବ ତାର ବ୍ୟବସ୍ଥା କରାଯାଇଛି । ଏବଂ ସେଥିପାଇଁ ବସ ମଧ୍ୟ ରହିଛି । ରାସ୍ତା ମାର୍ଗ ମଧ୍ୟ ଫାଇନାଲ ହୋଇଯାଇଛି । ଏହା ଖୁବ ଶାଘ୍ର ଚାଲିବ କହିଛନ୍ତି ବିଭୁତି ଜେନା ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ