The Topmost

“The eyes believe themselves, the ears believe other people.”

ଏନଡିଏକୁ ରିଟର୍ଣ୍ଣ କରିପାରନ୍ତି ଚନ୍ଦ୍ରବାବୁ ନାଇଡୁ

ଖୁବଶୀଘ୍ର ଏନଡିଏକୁ ପୁଣି ରିଟର୍ଣ୍ଣ କରିପାରନ୍ତି ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁ । ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଚନ୍ଦ୍ରବାବୁ ନାଇଡୁ ଏନଡିଏରେ ସାମିଲ ହେବା ସହିତ ବିଜେପି ସହ ମିଶି ନିର୍ବାଚନ ଲଢିପାରନ୍ତି ବୋଲି ସୂଚନା ମିଳୁଛି । ତେବେ ବର୍ତ୍ତମାନ ବିଜେପିର ଶୀର୍ଷ ନେତାଙ୍କ ସହିତ ସିଟ୍ ସେୟାରିଂକୁ ନେଇ ଆଲୋଚନା ଚାଲିଛି । ଆଉ ଆଲୋଚନାରେ ଚନ୍ଦ୍ରବାବୁ ନାଇଡୁ ସମ୍ମତି ପ୍ରକାଶ କରିଥିବା ସୂଚନା ମିଳିଛି । ତେବେ, ଆନ୍ଧ୍ରପ୍ରଦେଶର ୨୫ଟି ଲୋକସଭା ଆସନ ମଧ୍ୟରୁ ବିଜେପି ୫ଟି ସିଟରେ ଲଢିବ । ଏହାବାଦ ଟିଡିପିକୁ ୧୮ଟି ସିଟ୍ ଏବଂ ପବନ କଲ୍ୟାଣଙ୍କ ଜନ ସେନା ପାର୍ଟିକୁ ମଧ୍ୟ ୨ଟି ସିଟ୍ ମିଳିବା ନେଇ ଚର୍ଚ୍ଚା ହେଉଛି । ଲୋକସଭା ସିଟ୍ ସେୟାରିଂର ଏହି ଫର୍ମୁଲାକୁ ଟିଡିପି ଗ୍ରହଣ କରିଥିବା କୁହାଯାଉଛି । ଆଉ ଖୁବଶୀଘ୍ର ଏନେଇ ବିଧିବଦ୍ଧ ଘୋଷଣା ମଧ୍ୟ ହେଇପାରେ । ଚନ୍ଦ୍ରବାବୁ ନାଇଡୁ ଗତ କିଛି ଦିନ ଧରି ଲଗାତାର ବିଜେପି ଶୀର୍ଷ ନେତାଙ୍କୁ ଭେଟୁଛନ୍ତି । ଯାହା ତାଙ୍କର ଏନଡିଏକୁ ରିଟର୍ଣ୍ଣ ଚର୍ଚ୍ଚାକୁ ଖୋରାକ୍ ଯୋଗାଉଛି । ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ମଧ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ ଟିଡିପି ଏନଡିଏରେ ସାମିଲ ଥିଲା । ଚନ୍ଦ୍ରବାବୁ ନାଇଡୁ କେନ୍ଦ୍ରମନ୍ତ୍ରୀ ମଧ୍ୟ ରହିଥିଲେ ।

SHARE BY