ସ୍ବରାଷ୍ଟ୍ର ମନ୍ତ୍ରାଳୟ ପ୍ରସ୍ତାବକୁ ଗ୍ରହଣ କଲେ କେନ୍ଦ୍ର ସରକାର । ନକ୍ସଲମୁକ୍ତ ଇଲାକାରେ ଜାରିରହିବ ତଦାରଖ । ଓଡ଼ିଶା ସମେତ ଦେଶର ୯ଟି ରାଜ୍ୟର ନକସଲ୍ ମୁକ୍ତ ଇଲାକାରେ ସୁରକ୍ଷା ବାହିନୀ ସତର୍କତା ଓ ତଦାରଖ କାର୍ଯ୍ୟ ଜାରିରଖିବ । ଯେଉଁ ସବୁ ଅଞ୍ଚଳ ନକ୍ସଲମୁକ୍ତ ହୋଇଛି, ତା’ର ସ୍ଥାୟିତ୍ବକୁ ନେଇ ସରକାର ଏବେ ବି ଚିନ୍ତାରେ । ଉକ୍ତ ଅଞ୍ଚଳଗୁଡ଼ିକରେ ତଦାରଖ କାର୍ଯ୍ୟ ଜାରି ରଖିବା ଏବଂ ପର୍ଯ୍ୟାପ୍ତ ପାଣ୍ଠି ବ୍ୟବସ୍ଥାକୁ କାଏମ ରଖିବା ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ କମିଟି ଦ୍ବାରା ଦିଆଯାଇଥିବା ପ୍ରସ୍ତାବକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି । ଦେଶର ଆଭ୍ୟନ୍ତରୀଣ ସୁରକ୍ଷାରେ ମାଓବାଦୀଙ୍କ ପଟୁ ଏବେ ବି ବିପଦ ବଳବତ୍ତର ରହିଛି । ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଯଦି ନକ୍ସଲ ମୁକ୍ତ ଇଲାକାରେ ତଦାରଖ ଓ ପାଣ୍ଠି ଆବଣ୍ଟନରେ ହାଲ୍କା ମନୋଭବ ପୋଷଣା କରାଯାଏ, ଏହାର ଫାଇଦା ନକ୍ସଲମାନେ ଉଠାଇ ପାରନ୍ତି ଓ ପୁନଃ ଏକତ୍ର ହୋଇପାରନ୍ତି । ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ନକ୍ସଲମାନଙ୍କ କବଳରୁ ଯେଉଁ ସବୁ ଅଞ୍ଚଳଗୁଡ଼ିକୁ ମୁକ୍ତ କରାଯାଇଛି ସେସବୁ ଅଞ୍ଚଳରେ ବିକାଶ ଉପରେ ଦୃଷ୍ଟି ଦିଆଯିବା ସହିତ ସୁରକ୍ଷା ବାହିନୀର ପର୍ଯ୍ୟାପ୍ତ ମୁତୟନ ବ୍ୟବସ୍ଥାକୁ ଦୀର୍ଘକାଳୀନ କରାଯାଉ ।
“The eyes believe themselves, the ears believe other people.”
More Stories
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍
ଏହି ସବୁ ସମସ୍ୟା ଥିଲେ ଖାଆନ୍ତୁ ନାହିଁ ଆମ୍ବ
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା